• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଗ୍ରାମୀଣ

27-Nov-2025

ବାଫ୍ଲିମାଳି ପକ୍ଷରୁ ଖଣି ସୁରକ୍ଷା ସପ୍ତାହ -୨୦୨୫ ପାଳିତ

ରାୟଗଡ଼ା, ୨୬/୧୧: ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ୪୩ତମ ଓଡ଼ିଶା ଖଣି ସୁରକ୍ଷା ସପ୍ତାହ-୨୦୨୫ ପାଳିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ରାଜ୍ୟ ଖଣି ସୁରକ୍ଷା ନିର୍ଦ୍ଦେଶାଳୟ ନିଷ୍ପତି କ୍ରମେ ବାଫ୍ଲିମାଳି ଖଣି ପକ୍ଷରୁ ସାତଦିନ ବ୍ୟାପି ଏହି ଖଣି ସୁରକ୍ଷା ସପ୍ତାହ ପାଳନ ହୋଇଛି। ଏହି ଉପଲକ୍ଷେ ଖଣି ସୁରକ୍ଷା ନିର୍ଦ୍ଦେଶାଳୟ ଦ୍ଵାରା ଗଠିତ ୪ ଜଣିଆ ପ୍ରତିନିଧି ଦଳ ବାଫ୍ଲିମାଳି ଖଣିକୁ ପରିଦର୍ଶନରେ ଆସି ସୁରକ୍ଷା ନିୟାମକ ଅନୁଧ୍ୟାନ କରିବା ସହ ସମସ୍ତ ସୁରକ୍ଷା ସମ୍ବନ୍ଧୀୟ ବିଷୟକୁ ନେଇ ତର୍ଜମା କରିଥିଲେ । ଏହି ଦଳକୁ ନବୀନ କୁମାର ସିଂ ଅଧ୍ୟକ୍ଷତା କରିଥିବାବେଳେ ମୋହନ ରେଡ୍ଡୀ, ସଚିନ୍ଦ୍ର ପଣ୍ଡା, ସାଇଥାଳ ଅପଲରାଜୁ ପ୍ରମୁଖ ସଦସ୍ୟ ଥିଲେ। ଉକ୍ତ ଦଳ ବାଫ୍ଲୀମାଳି ଖଣି ଅଞ୍ଚଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ପରେ ଖଣି ସୁରକ୍ଷା ମାନଦଣ୍ଡକୁ ନେଇ ଏହି ଦଳ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଉପଲକ୍ଷେ ସ୍ଥାନୀୟ ନୂଆପଡ଼ା ସ୍ଥିତ ଟାଉନସିପ କ୍ଳବ୍ ହାଉସ୍ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉତ୍କଳ ଆଲୁମିନା ୟୁନିଟ୍ ମୁଖ୍ୟ ରବି ନାରାୟଣ ମିଶ୍ରଙ୍କ ସମେତ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ସୁରକ୍ଷା ବିଭାଗ ମୁଖ୍ୟ ଅଜୟ ଠାକୁର୍, ବାଫ୍ଲିମାଳୀ ଖଣି ମୁଖ୍ୟ ବିଜୟ ଚୌହାନ, ସୁରକ୍ଷା ବିଭାଗ ମୁଖ୍ୟ ବିଶ୍ୱଜିତ୍ ଯୋଉରଦାର ପ୍ରମୁଖ ଯୋଗ ଦେଇଥିଲେ। ୟୁନିଟ୍ ମୁଖ୍ୟ ଶ୍ରୀ ମିଶ୍ର ଉଦବୋଧନ ଦେଇ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିକୋଣରୁ ବାଫ୍ଲିମାଳି ଖଣି ଉନ୍ନତ ସ୍ତରର ସୁରକ୍ଷା ମାନଦଣ୍ଡକୁ ଅନୁସରଣ କରିଛି। ଖଣିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ତଦାରଖ କରାଯାଇଥିବା ସ୍ଥଳେ ଆଗାମୀ ଦିନରେ ମଧ୍ୟ ଅନୁରୂପ ପଦକ୍ଷେପ ବଜାୟ ରହିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ତେବେ ସୁରକ୍ଷା ସପ୍ତାହ ପାଳନ ଅବସରରେ ଉତ୍କଳ ଆଲୁମିନା ପ୍ରତ୍ୟେକ କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗ ସାମିଲ ହୋଇଥିବାରୁ ଶ୍ରୀ ମିଶ୍ର ଖୁସି ବ୍ୟକ୍ତ କରିଛନ୍ତି। ସେହିପରି ହିଣ୍ଡାଲକୋ ଖଣି ସୁରକ୍ଷା ମୁଖ୍ୟ ଅଜୟ ଠାକୁର୍ କହିଛନ୍ତି ଯେ, ବ୍ୟକ୍ତି ଜନ୍ମ ହେବା ପରେ ଜୀବନ ଅତିବାହିତ ପାଇଁ ନିଜ ମାଙ୍କ ଠାରୁ ସୁରକ୍ଷା କୌଶଳ ଶିଖିଥାଏ। ଏହା ସାରା ଜୀବନ ଅତିବାହିତ ପାଇଁ ଜରୁରୀ । ସେହିପରି କର୍ମକ୍ଷେତ୍ରରେ ମଧ୍ୟ ଆମକୁ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଆବଶ୍ୟକ ବୋଲି ଶ୍ରୀ ଠାକୁର୍ କହିଛନ୍ତି। ଅନୁରୂପ ବିଶ୍ୱଜିତ୍ ଯୋବରଦାରଙ୍କ ସମେତ ଉକ୍ତ ପ୍ରତିନିଧି ଦଳ ଦୈନାନ୍ଦିନ ଜୀବନରେ ସୁରକ୍ଷା ନିୟମ ଅନୁପାଳନ କରି ଜୀବନଶୈଳୀରେ ଏହାକୁ ଅବଲମ୍ବନ କରି ସୁରକ୍ଷିତ ରଖିବା ପାଇଁ କହିଥିଲେ। ଏହି ଉପଲକ୍ଷେ ସପ୍ତାହେ ବ୍ୟାପି ଉତ୍କଳ ଆଲୁମିନା କର୍ମଚାରୀ, ପରିବାର ସଦସ୍ୟ ଏବଂ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୋଷ୍ଟର, ସ୍ଲୋଗାନ ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିସହିତ କାର୍ଯ୍ୟକ୍ରମରେ ବାଫ୍ଲିମାଳି ଖଣିରେ ବ୍ୟବହୃତ ସମସ୍ତ ଆଧୁନିକ ସୁରକ୍ଷା ଉପକରଣ ତଥା ଯନ୍ତ୍ରପାତି ପ୍ରଦର୍ଶନ କରାଯାଇଥିଲା। ଅନ୍ୟପକ୍ଷେ ଖଣି ସିଏସଆର ଅନ୍ତର୍ଗତ ସ୍ଥାନୀୟ ତଥା ପ୍ରଭାବିତ ଗ୍ରାମାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଅନ୍ତର୍ଗତ ଉତ୍ପାଦିତ ଦ୍ରବ୍ୟ ତଥା ସାମଗ୍ରୀ ଗୁଡ଼ିକ ପ୍ରଦର୍ଶନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ବାଫ୍ଲିମାଳି ଖଣି କର୍ମଚାରୀଙ୍କ ପ୍ରତେକ୍ଷ ସହଯୋଗରେ ସଫଳ ହୋଇଥିଲା ।

34
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter