10-Feb-2026
ବନ୍ଧୁଗାଁ(ସ୍ବପ୍ର)କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଲପେଟା ଓ ଇମ୍ଫାବାଲଶା ଝଞ୍ଜାବତି ନଦୀର ବ୍ରିଜ କାମ ଆରମ୍ଭ ହୋଇ ଆଜକୁ ପ୍ରାୟ ୬ ବର୍ଷ ବିତିଲାଣି ଶେଷ ହୋଇପାରୁନାହିଁ ଅର୍ଦ୍ଧନିର୍ମିତ ହୋଇ ପଡିରହିଥିବାରୁ ଗ୍ରାମବାସୀଙ୍କ ଅଭିଯୋଗ I ପ୍ରକାଶଯୋଗ୍ଯ ଯେ ଆଲମଣ୍ଡା ନିକଟ ରେ ରହିଥିବା ବ୍ରିଜ କାମ ସାରି ଗାଡି ମୋଟର ଚଲ ପ୍ରଚୋଳ ହୋଉଥିବା ବେଳେ ଏହି ଦୁଇ ଗ୍ରାମର ବ୍ରିଜ ଆଜି ପର୍ଯ୍ୟନ୍ତ କାହିଁକି ଶେଷ ହୋଇପାରୁନି I ଉକ୍ତ କାମ କରୁଥିବା ଠିକାଦାର ନାଁ ଦାୟୀତ୍ୱରେ ରହିଥିବା ଇନଚାର୍ଜ ନାଁ ଆଉ କାହାର ଭୁଲ ରହିଛି ଓ କେଉଁଥି ପାଇଁ ଏପରି ଅର୍ଦ୍ଧ ଖଣ୍ଡିଆ ଭାବରେ ପଡି ରହିଛି ବୋଲି ଅଞ୍ଚଳ ବାସିଙ୍କମଧ୍ଯରେ ପ୍ରଶ୍ନବାଛି ସୃଷ୍ଟି ହୋଇଛି I ଲୋପେଟା ଗ୍ରାମ ନିକଟ ଦେଇ ବହି ଯାଉଥିବା ଝଞ୍ଜାବତି ନଦୀରେ ଟଙ୍କା ବ୍ୟୟରେ କାବେରି ବାଡ଼ି ପଞ୍ଚାୟତ ଜାଙ୍ଗଡ଼ି ବାଲସ, ପଣସ ପଦର, ଅନକା ଡିଟି, କାବେରି ବାଡ଼ି, ଲୋପେଟା, ଏହି ରାସ୍ତାର ବ୍ରିଜ ଉପରେ ଯାଇ କାତୁଲ ପେଟା ନିକଟ ଛକରେ ବାହାରି ଆନ୍ଦ୍ର - ଓଡିଶାକୁ ସଂଯୋଗ କରୁଛି, ଏହି ରାସ୍ତା ଉପରେ ଲୋକେ ବେପାର ବାଣୀଜ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି I ଲୋପେଟା ବ୍ରିଜ ଆଜି ପ୍ରଯ୍ୟନ୍ତ କାମ ଶେଷ ନ ହୋଇ ଅର୍ଦ୍ଧ ଖଣ୍ଡିଆ ଭାବରେ ପଡି ରହିଥିବାରୁ ସାନ ସରପଲିରୁ ୪ କିମି ଆନ୍ଦ୍ର ଯିବାକୁ ପଡୁଥାଏ I ଏମ୍ଫାବାଲସା ବ୍ରିଜ କାମ ମଧ୍ୟ ଅର୍ଦ୍ଧ ଖଣ୍ଡିଆ ହୋଇ ପଡି ରହିଥିବା ଯୋଗୁଁ ୪ ଖଣ୍ଡ ଗ୍ରାମ ବାସି ନିଜ ପଞ୍ଚାୟତ କୁ ଜାତାୟତ ପାଇଁ ଆଲମଣ୍ଡା ଦେଇ ବୁଲିକି ଯିବାକୁ ପଡୁଛି I ବର୍ଷା ମାସ ହେଲେ ଲୋକେ ନିଜ ଗାଁରୁ ଅନ୍ୟ ଜାଗାକୁ କୌଣସି କାମରେ ଯିବାକୁ ହେଲେ ବହୁତ ଅସୁବିଧା ପଡିଥାଏ I ବ୍ରିଜ କାମ କରୁଥିବା ଠିକାଦାରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ କହିଲେ କି ମୁଁ ଯେତେକି କାମ କରିଛି ମୋ ଅନୁଯାଇ ଉଚିତ ପ୍ରାପ୍ୟ ମିଳିନି କି ଏହି ବ୍ରିଜ କାମ ଦାୟୀତ୍ୱରେ ରହିଥିବା ଉଚ୍ଚ ଅଧିକାରୀ ମୋ କାମକୁ ନେଇ ଅଣଦେଖା କରି ମୋ କାମ ଅନୁଯାଇ ଉଚିତ ପ୍ରାପ୍ୟ ର ବିଲ୍ ବି କରିବା ପାଇଁ ବୁଲାଉଛନ୍ତି I କାମ ଅନୁଯାଇ ମୋ ପ୍ରାପ୍ୟ ମିଳନ୍ତା ମୁଁ ବର୍ଷ ପୂର୍ବେ ଯେଉଁ ପ୍ରକାର ଆଲମଣ୍ଡା ବ୍ରିଜ କାମ ସାରିଲି ସେହିପରି ଲୋପେଟା ଓ ଏମ୍ଫାବାଲଶା ବ୍ରିଜ କାମ ମଧ୍ୟ ସମ୍ଫୁର୍ଣ୍ଣ ଭାବରେ ସରିଯାଇଥାଆନ୍ତା ବୋଲି ମନ୍ତବ୍ୟ ଦେଇଥିଲେ I ଏହି, ଦୁଇଟି ଅଞ୍ଚଳରେ ଚାଲିଥିବା ଏନ.ବି.ଶି.ଶି ରାସ୍ତା ସହ ବ୍ରିଜ ଗୁଡିକ ମଧ୍ୟରୁ ନାଁ ରାସ୍ତା କାମ ହୋଇଛି ନାଁ ବ୍ରିଜ କାମ ଯାହା ହୋଇଛି ତା ପଡି ରହିଛି I ଏହି ଦୁଇ ବ୍ରିଜ ସହ ଉକ୍ତ ବିଷୟକୁ ନେଇ ବ୍ରିଜ କାମର ଦାୟୀତ୍ୱରେ ରହିଥିବା ଉଚ୍ଚ ଅଧିକାରୀ ଶ୍ରୀ ପଟେଲ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ତାଙ୍କ ଠାରୁ କିଛି ଉତ୍ତର ମିଳିନାନାହିଁ I ବନ୍ଧୁଗାଁ ବ୍ଲକ ଗସ୍ତରେ ଆସିଥିବା ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀ ପବିତ୍ର ସାଉନ୍ତା ଙ୍କୁ ମଧ୍ୟ ଜଣେଇଥିଲେ I ଶ୍ରୀ ସାଉନ୍ତା ମୁଁ ଜିଲ୍ଲାପାଳଙ୍କୁ ଖୁବଶୀଘ୍ର ଜଣାଇବି ଓ କାମ କେଉଁଥି ପାଇଁ ଅଟକି ରହିଛି ତାହା ବୁଝିବି ବଲି ଅଞ୍ଚଳ ବାସିଙ୍କୁ ବୁଝେଇଥିଲେ I ଅଞ୍ଚଳ ବାସିଙ୍କ ଦାବି ବର୍ଷାମାସ ଆଉ ଅଳ୍ପଦିନ ରହିଲା ସେଥି ପୂର୍ବରୁ ବ୍ରିଜ କାମ ଯଦି ନ ଶୋରେ ତେବେ ଆମେ କଣ କରିବୁ ତାହା ଜାଣିବେ ବୋଲି ଚେତାବନି ଦେଇଛନ୍ତି ନୀଲୀଗା ହିମିରିକା, ରାଧାକ୍ରିଷ୍ଣା ପିଡ଼ିକ, ଯୁଗଲ ମାଣ୍ଡିଙ୍ଗ,ସାନସା ମାଣ୍ଡିଙ୍ଗ, ସୋନା ନାଣ୍ଡିଙ୍ଗ, ଖସଲା ତାଡିଙ୍ଗ, ମଲୟ ଗୁରୁମୂର୍ତ୍ତି, କାବେରି ବାଡ଼ି ପଞ୍ଚାୟତ ର ସମିତି ସଭ୍ୟ କିଶୋର ରାଉତା ଓ ରମେଶ ଏଙ୍କାଟି ରାବଣା, ପ୍ରମୁଖ ସାଧାରଣରେ ଦାବି କରିଛନ୍ତି I ବନ୍ଧୁଗାଁରୁ ମିନା ଵେବରାଙ୍କ ରିପୋର୍ଟ