11-Apr-2026
ରାୟଗଡ଼(ପିଆର),ତା. ୧୦/୦୪-ଓଡ଼ିଆ ପକ୍ଷ ପାଳନ ଅବସରରେ ତା ୧୦.୪.୨୦୨୬ ରିଖ ଲୋକକଳା ପାଇଁ ଦିନଟିଏ ପାଳନ ଭିତ୍ତିରେ ଜିଲ୍ଲା ସ୍ଥରୀୟ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ରାୟଗଡ଼ ସହରାଞ୍ଚଳର କଳା ସଂସ୍କୃତି ସଙ୍ଘର ଉପସଭାପତି ଓ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କର ମୁଖ୍ୟ ଓ ସହ କଳାକାରମlନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ଏହି ଉତ୍ସବ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମୁଖ୍ୟ ଅତିଥି, ନଗର କଳା ସଂସ୍କୃତି ସଂଘର ଉପସଭାପତି ଯେ ସୁକାନ୍ତ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିବା ସହିତ ବରିଷ୍ଠ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l
ମହା ଆଡମ୍ବରରେ ପାଳନ କରାଯିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଉକ୍ତ ଦିନ ଜିଲ୍ଲାର ବିଭିନ୍ନ ବ୍ଲକରେ ଏହି ଦିବସ ଟି ପାଳିତ ହୋଇଥିଲା l ତତ ସହିତ ଲୋକକଳା କଳାକାର ଏବଂ ବରିଷ୍ଠ ଗୁରୁ ମାନଙ୍କୁ ସମ୍ମାନିତ କରାଯାଇଥିଲl l ଏହା ଦ୍ୱାରା ଲୋକକଳା ଅଧିକରୁ ଅଧିକ ମାତ୍ରାରେ ଯୁବ ପିଢ଼ି ଙ୍କ ଦ୍ୱାରା ଆଦୃତ ହୋଇ ପାରିବ ବୋଲି ଅତିଥି ମାନେ କହିଥିଲେ l କାର୍ଯ୍ୟକ୍ରମରେ ବରିଷ୍ଠ ନୃତ୍ୟ ଗୁରୁ ତ୍ରିଲୋଚନ ସାହୁ,ଶିବl ଭାସ୍କର,ପିଙ୍କି ରଥ,ଦେବୀ ପ୍ରସାଦ, ଉଷା ଦେବୀ, ଗୁପ୍ତ ଶିଖା, ଏନ ବିବେକାନନ୍ଦ, ମାନସୀ ମେଲାକା ଓ ଅନ୍ୟାନ୍ୟ କଳାକାର ମlନେ ଲୋକ କଳା ସମ୍ବନ୍ଧରେ ନିଜ ନିଜ ମତ ବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସଂଗୀତଜ୍ଞ ପ୍ରଶାନ୍ତ କୁମାର ନାୟକ ସଂଯୋଜନା କରିଥିଲେ l