• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଜିଲ୍ଲା

24-Apr-2026

ରାୟଗଡ଼ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ରାୟଗଡ଼(ପିଆର) ତା୨୪.୪.୨୦୨୬ ରିଖ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ  ଶୁକ୍ରବାର ଦିନ ରାୟଗଡ଼ ଜିଲ୍ଲା ପରିଷଦ ପକ୍ଷରୁ  ଜିଲ୍ଲାପାଳଙ୍କ ନୂତନ ସଭାଗୃହରେ ମହାସମାରୋହରେ  ପାଳିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଦ୍ୟାଧର ଶବର, ଉପାଧକ୍ଷ୍ୟା ଶ୍ରୀମତୀ ମଞ୍ଜୁଳା ମିଣିଆକା,  ରାୟଗଡ଼ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନୀ ହୁଇକା, ଗୁଣୁପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଝିଲ୍ଲୀ ଶବର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଉନ୍ନୟନ ଅଧିକାରୀ ଶ୍ରୀମତୀ କ୍ଷୀରବ୍ଧିତନୟା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ।
      ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପ୍ରଦୀପ ପ୍ରଜ୍ଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଜିଲ୍ଲାପାଳ ଶ୍ରୀଯୁକ୍ତ କୁଲକର୍ଣୀ ଜାତୀୟ ପଞ୍ଚାୟତରାଜ ଦିବସର ମହତ୍ବ ସହ ଭାରତୀୟ ଇତିହାସରେ  ପୂରାତନ ଯୁଗରୁ ଏହାର ପ୍ରଚଳନର ଦୃଷ୍ଟାନ୍ତମାନ ଉପସ୍ଥାପନ କରିଥିଲେ । ଗୁପ୍ତ ବଂଶ ଓ ମୌର୍ଯ୍ୟ ବଂଶ ଶାସନ ସମୟରେ ଗ୍ରାମାଞ୍ଚଳରେ ଆଇନ ଶୃଙ୍ଖଳା ଓ ରାଜସ୍ବ ଆଦାୟ କ୍ଷେତ୍ରରେ  ନିଜସ୍ବ ବ୍ୟବସ୍ଥା ମାନ ପ୍ରଚଳନ ଥିଲା । ପାଞ୍ଚ ଜଣଙ୍କୁ ନେଇ ପଞ୍ଚ ଏବଂ ସେଥିରୁ ମୁଖିଆଙ୍କୁ  ସରପଞ୍ଚ , ପାଞ୍ଚ ପ୍ରକାର ଟିକସ ଆୟ ଏବଂ ସେଥିରୁ ପଞ୍ଚାୟତର ପରିକଳ୍ପନା ବିଷୟରେ ଉପସ୍ଥାପନା କରିବା ସହ  ୨୦୩୬ ମସିହା ସୁଦ୍ଧା ବିକଶିତ ଓଡିଶା ତଥା ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ନିମନ୍ତେ ଅଗାମୀ ଦିନରେ ବଡ ସ୍ବପ୍ନ ସହ ଶିଳ୍ପ ଓ ଗ୍ରାମୀଣ ଉଦ୍ୟୋଗର ବିକାଶକୁ ତ୍ବରାନ୍ବୀତ କରିବାକୁ ହେବ । ଲୋକଙ୍କ ଜୀବନଧାରଣର ମାନ ଓ ଆୟରେ ଉନ୍ନତି ଆବଶ୍ୟକ ବୋଲି  ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
ମୁଖ୍ୟ ଉନ୍ନୟନ ଅଂଧିକାରୀ ବରେଣ୍ୟ ଅତିଥିବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଔପଢକନ ଦେଇ ସମ୍ବୋର୍ଦ୍ଧିତ କରିଥିଲେ ଓ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ପଞ୍ଚାୟତିରାଜ ଦିବସ ସହଭାଗିତାର ଦିବସ । ୧୯୯୨ ମସିହାରେ ସମ୍ବିଧାନର ୭୩ତମ ସଂଶୋଧନରେ ତ୍ରୀ ସ୍ତରୀୟ  ପଞ୍ଚାୟତ ବ୍ୟବସ୍ଥା, ମହିଳାଙ୍କ ନିମନ୍ତେ ସଂରକ୍ଷଣ, ବିକାଶ କ୍ଷେତ୍ରରେ ଗ୍ରାମସଭାର ଅଖଣ୍ଡ କ୍ଷମତା ଆଦି ଗଣତନ୍ତ୍ରକୁ ସୁଦୃଢ କରିବା ସହ ବିକାଶ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏଥିସହ ରାୟଗଡ ଜିଲ୍ଲାରେ ଭିତ୍ତିଭୂମି ର ବିକାଶ, ମୌଳିକ ସୁବିଧା, ଅର୍ଥନୀତିରେ ଅଗ୍ରଗତି ତଥା ଜୀବିକା ମିଶନ, ଆବାସ ଯୋଜନା, ପି ଏମ ଶ୍ରୀ ବିଦ୍ୟାଳୟ, ବିକଶିତ ଗାଁ ବିକଶିତ ଓଡିଶା ଆଦି ବିଭିନ୍ନ ଯୋଜନାରେ ସଫଳତାର ଗାଥା ବିଷୟରେ  ମୁଖ୍ୟ ଉନ୍ନୟନ ଅଧିକାରୀ ଉପସ୍ଥାପନ କରିଥିଲେ । ସଫଳ କାହାଣୀର କ୍ଷୁଦ୍ର ଚଳଚିତ୍ରମାନ ପ୍ରଦର୍ଶିତ କରାଯାଇଥିଲା ।
    ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ  ଗୁଣୁପୁରକୁ ଉତ୍ତମ ବ୍ଳକ,  ଉତ୍ତମ କାର୍ଯ୍ୟଦକ୍ଷତା ନିମନ୍ତେ ସହକାରୀ ଯନ୍ତ୍ରୀ ତ୍ରୀନାଥ ମିଶ୍ର ରାମନାଗୁଡା, ନିର୍ବାହୀ ଅଧିକାରୀ ମନୋରଞନ ବେହେରା ମୁନିଗୁଡା, ଏଡିଇଓ ଜଗଦିଶ ପାତିକା ଶଗଡା, ଜିଆରଏସ ଆଇ ସନ୍ତୋଷ କୁମାର ରାମନାଗୁଡା ଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଉତ୍ତମ ସେବା ଓ କାର୍ଯ୍ୟ ଦକ୍ଷତା ନିମନ୍ତେ କୋଲନରାର ନାରୀଶକ୍ତି ଆଗ୍ରୋ ସ୍ବୟଂ ସହାୟକ ଗୋଷ୍ଠୀ, କଲନରାର ଇନ୍ଦିରା ଓ ରାୟଗଡ ବ୍ଲକ ର ଯୟ ହନୁମାନ ଏସ ଏଚ ଜି ଙ୍କୁ ପୁରସ୍କୃତ କରାଯାଇଥିଲା ।
    ଶେଷରେ  ରାୟଗଡ ବିଡିଓ ସୁଜିତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମେତ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ପରିଷଦ ଓ ରାୟଗଡ ସଦର ବ୍ଲକର ସମସ୍ତ କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ । ଅତିରିକ୍ତ ଉନ୍ନୟନ ଅଧିକାରୀ କ୍ଷିରବ୍ଧିତନୟା ସାହୁ ଏହାର ସଂଯୋଜନା କରିଥିଲେ  ।

16
ବିଜ୍ଞାପନ

ଶ୍ରୀ ଶ୍ରୀ ମଝିଘରିଆଣୀ ..

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Advertisement..

Chaiti - 2025..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ଭାରତୀୟ ଗଣତନ୍ତ୍ରରେ ବିହାର ରାଜନ..

ଜିଲ୍ଲା

ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶ..

ସହର

ଇମ୍ଫା ଥେରୁବାଲି ରେ ସପ୍ତାହ ବ୍ୟା..

ଗ୍ରାମୀଣ

ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବ..

ଜାତୀୟ

ଗାଁ ରୁ ସହର, ରାଜ୍ଯ, ଦେଶ ଓ ଦୁନିଆର 30..

ଅନ୍ତର୍ଜାତୀୟ

ଗାଁ ରୁ ସହର, ଜିଲ୍ଲା, ରାଜ୍ଯ, ଦେଶ ଓ ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ଜିଟିଭି ଭାରତ ଓଡିଆ ପ୍ରତିନିଧି କହି ତାଙ୍କ ଦ୍ବାରା କୌଣସି ଅପ୍ରିତିକର କାର୍ଯ୍ଯ ହୁଏ ବା ସେ କରନ୍ତି ସେଥିପାଇଁ ଜିଟିଭି ଭାରତ ଓଡିଆ ସମ୍ପାଦକ ଦାୟୀନୁହନ୍ତି |   (12-Apr-2026 07:08:00 PM) | ଚୈତନ୍ଯ କାଲସାଇ ବଲାଙ୍ଗୀର ଜିଲ୍ଲାପ୍ରତିନିଧିଭାବେ ଖବର ପ୍ରେରଣ କରିବାକୁ ସଂସ୍ଥା ଠାରୁ ପରିଚୟପତ୍ର ନେଇଥିଲେ | କୌଣସି କାର୍ଯ୍ଯ ନକରିବାରୁ ତାଙ୍କୁ ଦିଆଯାଇଥିବା ପରିଚୟପତ୍ର ଓ କାର୍ଡକୁ ଆଜ ତା 12.04.2026 ରିଖରୁ ରଦ୍ଧ କରିଦିଆଗଲା |    (12-Apr-2026 07:05:00 PM) | ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter