30-Apr-2026
ରାୟଗଡ(ବ୍ଯୁରୋ), ୨୦୨୬ ଅପ୍ରେଲ ୨୮ ତାରିଖ ଦିନ ବହୁଜନ ସମାଜ ପାର୍ଟିର ହଜାର ହଜାର ସଂଖ୍ଯକ ବହୁଜନ ପ୍ରେମୀ କାରଖାନାର ଅନତି ଦୂରରେ ଏକତ୍ରିତ ହୋଇଥିଲେ ଏବଂ ପରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନାରାବାଜୀ କରି କାରଖାନା ଫାଟକ ଆଗରେ ପହଞ୍ଚି ସେଠାରେ ଦାବୀ ସମ୍ପର୍କରେ ନିଜନିଜ ବକ୍ତବ୍ଯ ରଖିଥିଲେ | ଦାବୀ ଗୁଡିକ ମଧ୍ଯରୁ ୧.ରାୟଗଡ ଏବଂ କୋରାପୁଟ ଜିଲ୍ଲାର ଏକ ହଜାରରୁ ଅଧିକ ଶିକ୍ଷିତ ବେକାରୀ ଯୁବକଯୁବତୀଙ୍କ ଶିକ୍ଷାଗତ ଯୋଗ୍ଯତା ପ୍ରକାରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ | ୨ୟ କାରଖାନା ଦ୍ବାରା ବିସ୍ତାପିତ ସମସ୍ତ ବ୍ଯକ୍ତି ବିଶେଷଙ୍କୁ ଅତିଶିଘ୍ର ଟେନିଂ ପଠାଇ ତୁରନ୍ତ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ |୩. ଆଦିତ୍ୟ ଆଲୁମିନା ଯେଉଁ ଜମି ଗତ ୧୭ ବର୍ଷ ତଳେ କଂପାନୀ କରିବା ପାଇଁ ଜମି ଅଧିଗ୍ରହଣ କରି ଆଜି ପର୍ଯ୍ୟନ୍ତ ପକାଇ ରଖିଥିଲା ତାହାର ମୂଲ୍ୟ ୨୦୧୩ ଆକ୍ଟ ଅନୁସାରେ ନେଟ୍ ଏକର ପ୍ରତି ଏକ କୋଟି ଟଙ୍କା ଅନୁସାରେ ଜମି ମାଲିକ ମାନଙ୍କୁ ତୁରନ୍ତ ପ୍ରଦାନ କରୁ । ୪. ଆଦିତ୍ୟ ଆଲୁମିନାର ସମସ୍ତ ଜମି ହରା ମାନଙ୍କୁ ଅତିଶୀଘ୍ର ଟ୍ରେନିଂ ପଠାଇ ତୁରନ୍ତ ପ୍ରକଳ୍ପରେ ସ୍ଥାୟୀ ନିଯୁକ୍ତି ଦିଆଯାଉ ।
୫. ବିରିଗୁଡା କଲୋନୀକୁ ଆଜି ପର୍ଯ୍ୟନ୍ତ ବିସ୍ଥାପିତର ମାନ୍ୟତା ଦିଆଯାଇ ନାହିଁ । ତୁରନ୍ତ RPDAC Meeting ଡକାଯାଇ ସମସ୍ତ ବିରିଗୁଡା କଲୋନୀ ବାସୀଙ୍କୁ ବିସ୍ଥାପିତ କରି ବିସ୍ଥାପିତର ସମସ୍ତ ସୁବିଧା ସୁଯୋଗ ଦିଆଯାଉ । ୬. ବେଲ୍ଟ୍ ଲାଇନ୍ ତଳେ ଥିବା କାଡାପଦର ଗାଁ କୁ ଅତିଶୀଘ୍ର ବିସ୍ଥାପିତ କରାଯାଉ ଏବଂ ବିସ୍ଥାପିତର ସମସ୍ତ ସୁବିଧା ସୁଯୋଗ ଦିଆଯାଉ ।
୭. ଆଦିତ୍ୟ ଆଲୁମିନା ଦ୍ବାରା ସମସ୍ତ ପ୍ରଭାବିତ ଗାଁ ର ଶିକ୍ଷିତ ଯୁବକ ଯୁବତି ମାନଙ୍କୁ ଅତିଶୀଘ୍ର ସ୍ଥାୟୀ ନିଯୁକ୍ତି ଦିଆଯାଉ । ୮. ଶଙ୍କରଡା ଠାରୁ ପାଇପ୍ ଯୋଗେ ଆଦିତ୍ୟ ଆଲୁମିନା କୁ ଆସୁଥିବା ପାଇପ୍ ଲାଇନ୍ କୁ ଯେତିକି ଜମି ଦରକାର ତାହା ସରକାରୀ ନିୟମ ଅନୁସାରେ ଜମି ଅଧିଗ୍ରହଣ କରୁ ଓ ତାହାର ଉଚିତ ପ୍ରାପ୍ୟ ଦେଉ ଓ ସମସ୍ତ ଜମିହରାଙ୍କୁ ପ୍ରକଳ୍ପରେ ଅତିଶୀଘ୍ର ସ୍ଥାୟୀ ନିଯୁକ୍ତି ଦିଆଯାଉ । ୯. ଟିକିରି ଠାରେ ଆଦିତ୍ୟ ଆଲୁମିନା ଦ୍ବାରା ଅତିଶୀଘ୍ର ଏକ ହଜାର seated ବିଶିଷ୍ଠ ଗୋଟିଏ Community Centre ସ୍ଥାପନ କରାଯାଉ। ୧୦. ଉଷାପଡା ଠାରେ ଥିବା ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲରେ ସିଟ୍ ସଂଖ୍ୟା ବଢାଯାଉ ଓ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ବିନା ଶୁଳ୍କରେ (ଫିଜ୍) ରେ ପାଠ ପଢାଯାଉ । ୧୧. ଲକ୍ଷ୍ମୀପୁର ଠାରେ ଅତିଶୀଘ୍ର ଆଦିତ୍ୟ ଆଲୁମିନା ଦ୍ବାରା ଏକ ଆନ୍ତର୍ଜାତୀୟ ସ୍ଥରୀୟ ମେଡିକାଲ କଲେଜ୍ କରାଯାଉ । ୧୨. ଲକ୍ଷ୍ମୀପୁର ଠାରେ ଆଦିତ୍ୟ ଆଲୁମିନା ଦ୍ବାରା ଅତିଶୀଘ୍ର ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ ନିର୍ମାଣ କରାଯାଉ । ୧୩. ତୋଟାଗୁଡା ଛକ ଠାରୁ ଡଙ୍ଗାସିଲ୍ ଗ୍ରାମ ପର୍ଯ୍ୟନ୍ତ ତୁରନ୍ତ ଆଦିତ୍ୟ ଆଲୁମିନା ଦ୍ବାରା ରାସ୍ତାର ଉନ୍ନତିକରଣ କରାଯାଉ ଓ ରାସ୍ତାର ଦୁଇ ପାର୍ଶ୍ବରେ Highmax Light ର ବ୍ୟବସ୍ଥା କରାଯାଉ । ୧୪. ପହଣ୍ଡି ଗାଁ ର ବାଦ ପଡିଥିବା ୩୪ ପରିବାରକୁ ଆଦିତ୍ୟ ବିର୍ଲା ଦ୍ବାରା ତୁରନ୍ତ ବାସଚ୍ୟୁତ କରି ବିସ୍ଥାପିତର ମାନ୍ୟତା ଯୋଗାଇ ଦିଆଯାଉ । ୧୫. ଉପରକୋଡିଙ୍ଗା ଗ୍ରାମ କୋଡିଙ୍ଗା ମାଇନ୍ସର ତଟବର୍ଷା ହୋଇଥିବା ହେତୁ ତାକୁ ତୁରନ୍ତ ବାସଚ୍ୟୁତ କରାଯାଉ ଏବଂ ସମସ୍ତ ପରିବାରକୁ ବିସ୍ଥାପିତର ମାନ୍ୟତା ଦିଆଯାଉ । ୧୬. ବାଙ୍କାମ୍ବ ଠାରେ ଅତିଶୀଘ୍ର ଆଦିତ୍ୟ ଆଲୁମିନା ଦ୍ବାରା ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ କରାଯାଉ । ୧୭. ଉଷାପଡା ସ୍ଥିତ ଆଦିତ୍ୟ ବିର୍ଲା ମେଡିକାଲ୍ରେ ବିନା ଶୁଳ୍ପରେ (ଫିଜ୍) ରୋଗୀ ମାନଙ୍କୁ ଚିକିତ୍ସାର ସମସ୍ତ ସୁବିଧା ଯୋଗାଇ ଦିଆଯାଉ । ୧୮. କୋରାପୁଟ ଓ ରାୟଗଡ ଜିଲ୍ଲା ବାହାରୁ ଆସୁଥିବା ସମସ୍ତ ଠିକାଦାର ମାନଙ୍କୁ ପନ୍ଦର ଦିନ ମଧ୍ୟରେ ହଟାଯାଇ ତାଙ୍କର ସମସ୍ତ ଠିକାଦାରୀ କାମକୁ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କୁ ଠିକାକାମ ଯୋଗାଇ ଦିଆଯାଉ ।
୧୯. ଆଦିତ୍ୟ ବିର୍ଲାର ସମସ୍ତ ଜମିହରା ମାନଙ୍କୁ ଆଦିତ୍ୟ ବିର୍ଲା ଗ୍ରୁପରେ (Share Holder) ସେର୍ ହୋଲ୍ଡର କରାଯାଉ | ଏହି ସମସ୍ତ ଦାବୀ କରିଥିଲେ | ଆସନ୍ତୁ ଶୁଣିବା ରାଜ୍ଯ ସଭାପତି ତାଙ୍କ ବକ୍ତବ୍ଯରେ କଣ କହିଛନ୍ତି | ଏହି ଆନ୍ଦୋଳନର ପୁରଧା ସାଜିଥିଲେ ରାୟଗଡ ଜିଲ୍ଲାସଭାପତି ପୂର୍ଣ୍ଣଚନ୍ଦ୍ର ଟାକ୍ରୀ ଏବଂ କୋରାପୁଟ ଜିଲ୍ଲା ସଭାପତି ଘନଶ୍ଯାମ ହଲବା | ଓଡିଶା ରାଜ୍ଯ ପ୍ରଭାରୀ ଜିତୁ ଜାକାସିକା, ରାଜ୍ଯ ସାଧାରଣ ସମ୍ପାଦକ ଗଙ୍ଗାଧର ପୁଆଲା ପ୍ରମୁଖ ଯୋଗଦେଇଥିଲେ | କଂଶାରୀଗୁଡା ସ୍ଥିତ ଆଦିତ୍ବ ଆଲୁମିନା କାରଖାନା ଅଧିକାରୀ ସିଇଓ ମଜହର ବେଗ୍, ତନ୍ମୟ ମହାନ୍ତି ଓ ଅନ୍ଯ ଅଧିକାରୀ ମାନେ ଉପସ୍ଥିତ ରହି ଆନ୍ଦୋଳନ କାରୀଙ୍କ ପାଖକୁ ଯାଇ ସେମାନଙ୍କ ସହ ବସି ଦାବୀ ସମ୍ପର୍କରେ ପୁଙ୍ଖାନୁପୁଂଖ ଶୁଣିଥିଲେ ଏବଂ ନେତୃମଣ୍ଡଳିଙ୍କ ସହ ଆଲୋଚନା କରିଥିବା ଦେଖାଯାଇଛି | ବ୍ଯୁରୋ ରିପୋର୍ଟ ଜିଟିଭି ଭାରତ ଓଡିଆ