06-May-2026
ରାୟଗଡା(ପିଆର),ରାୟଗଡ ଜିଲ୍ଲାର କାଶୀପୁର ବ୍ଲକର ଦୁର୍ଗମ ଗ୍ରାମଗୁଡ଼ିକରେ ମହିଳାମାନଙ୍କ ଦିନ ଏବେ ଆଉ ପାଣି ପାଇଁ ଲମ୍ବା ଓ କଷ୍ଟକର ଯାତ୍ରାରୁ ଆରମ୍ଭ ହେଉନାହିଁ। ବେଦାନ୍ତ ଆଲୁମିନିୟମ ଦ୍ୱାରା ‘ନିର୍ମଳ ପ୍ରୋଜେକ୍ଟ’ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ସୌର-ଚାଳିତ ଗଭୀର ବୋରୱେଲ୍ ପ୍ରକଳ୍ପ ଡୁମେରପଦର, ସାଗାବାରୀ, ଚୁଲବାଡି, ସୁଙ୍ଗେର, ଧାମନଘାଟି, ସିଆଡିମାଲ ଓ ଲଦାଖମନ ଭଳି 7ଟି ଗାଁରେ ଜଳ ସଂକଟକୁ ସମାପ୍ତ କରିଛି।
ଏହି ପ୍ରଜେଷ୍ଟ ଦ୍ବାରା 3,000+ ହିତାଧିକାରୀ 7ଟି ଗାଁରେ ବର୍ଷସାରା ନିରାପଦ ପାନୀୟ ଜଳ ଉପଲବ୍ଧ।ମହିଳାଙ୍କ ସମୟ ବଞ୍ଚିଲା, ପୂର୍ବରୁ ଦୈନିକ 4-5 ଘଣ୍ଟା ପାଣି ସଂଗ୍ରହରେ ଯାଉଥିଲା, ଏବେ ସେହି ସମୟ ରୋଜଗାର, ଶିକ୍ଷା ଓ ପରିବାର ଯତ୍ନରେ ବ୍ୟବହୃତ ହେଉଛି। ସ୍ୱାସ୍ଥ୍ୟରେ ସୁଧାର ବିଶୋଧନ ବ୍ୟବସ୍ଥା ଯୋଗୁଁ କାଦୁଅ ଓ ଅଶୁଦ୍ଧତା ଦୂର, ଜଳଜନିତ ରୋଗ କମିଛି। ସିଜିମାଲି ପାହାଡ଼ ଅଞ୍ଚଳରେ ବକ୍ସାଇଟ୍ ଭଣ୍ଡାର ଥିଲେ ମଧ୍ୟ ଅଭେଦ୍ୟ ମାଳଭୂମି ଯୋଗୁଁ ବର୍ଷାଜଳ ଭୂମିରେ ନ ମିଶି ବହିଯାଏ। ଭୂତଳ ଜଳ 750 ଫୁଟ ତଳେ ଥିବାରୁ ପାରମ୍ପରିକ କୂଅ ଅସମ୍ଭବ ଥିଲା। ଗ୍ରୀଷ୍ମରେ ଝରଣା ଶୁଖିଯାଉଥିଲା।
ହିତାଧିକାରୀଙ୍କ ମତ ଡୁମେରପଦର ଗ୍ରାମର ଚନ୍ଦ୍ରିକା ନାୟକ କୁହନ୍ତି, “ଆଗରୁ ପାଣି ପାଇଁ ଅଧା ଦିନ ଚାଲିଯାଉଥିଲା। ଖରାଦିନେ ଆହୁରି ଦୂରକୁ ଯିବାକୁ ପଡୁଥିଲା। ବେଦାନ୍ତର ସୌର ବୋରୱେଲ୍ ଆମ ପାଇଁ ସତରେ ବରଦାନ। ଏବେ ଘର ପାଖରେ ପାଣି, ଆଉ ଟ୍ୟାଙ୍କର କି ବିଦ୍ୟୁତ୍ କୁ ଅପେକ୍ଷା କରିବାକୁ ପଡୁନି।”
ସ୍ଥାୟୀ ସମାଧାନ ଦିଗରେ: ବେଦାନ୍ତ କେବଳ ବୋରୱେଲ୍ ଖୋଳିନାହିଁ। ଜଳଭୌତିକ ଅଧ୍ୟୟନ ମାଧ୍ୟମରେ 20ରୁ ଅଧିକ ସ୍ଥାନରେ ଝରଣା ପୁନରୁଦ୍ଧାର ଓ ବର୍ଷାଜଳ ପୁନଃଚାର୍ଜ ଯୋଜନା ଚାଲିଛି। ବୈଷୟିକ ମୂଲ୍ୟାଙ୍କନ ଅନୁଯାୟୀ, ବକ୍ସାଇଟ୍ ଭଣ୍ଡାର ଭୂତଳ ଜଳଭଣ୍ଡାର ଠାରୁ ବହୁ ଉପରେ ଥିବାରୁ ଖଣି କାର୍ଯ୍ୟ ସହ ଜଳ ସୁରକ୍ଷା ସମ୍ଭବ। “ସିଜିମାଲି କେବଳ ଖଣିଜ ସମ୍ପଦ ପାଇଁ ନୁହେଁ, ମାନବିକ ବିକାଶ ପାଇଁ ଜଣାଯାଉ — ଏହା ଆମର ଲକ୍ଷ୍ୟ। ଜଳ ହେଉଛି ଜୀବନ, ଆଉ ସମ୍ପ୍ରଦାୟର ଜୀବନମାନ ଉନ୍ନତି କରିବା ଆମର ପ୍ରତିବଦ୍ଧତା। ସ୍ଥାନୀୟ ଆବଶ୍ୟକତା ଓ ଦେଶର ବିକାଶ ଏକାଠି ହୋଇପାରିବ, ସିଜିମାଲି ତା’ର ଉଦାହରଣ।”