ଜିଏନଏମ୍ ଛାତ୍ରଛାତ୍ରୀମାନେ ଶିକ୍ଷକମାନଙ୍କ ନିର୍ଦ୍ଦେଶାଳୟ  ସୂଚନାମୂଳକ ଚାର୍ଟ ଓ ପୋଷ୍ଟର ପ୍ରସ୍ତୁତ କରି ଉଚ୍ଚ ରକ୍ତଚାପର କାରଣ, ବିପଦ ସଂକେତ, ଜଟିଳତା ଏବଂ ନିୟମିତ ରକ୍ତଚାପ ପରୀକ୍ଷାର ଆବଶ୍ୟକତା ସମ୍ପର୍କରେ ସଚେତନ କରିଥିଲେ। ସେଥିପାଇଁ ଔଷଧ ସମୟମତେ ସେବନ, କମ ଲୁଣ ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ, ଓଜନ ନିୟନ୍ତ୍ରଣ ଓ ତମାକୁ ଓ ମଦ୍ୟପାନରୁ ଦୂରେ ରହିବା ଭଳି ସୁସ୍ଥ ଜୀବନଶୈଳୀ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୪ ଜଣ ରୋଗୀ ଓ ସେମାନଙ୍କ ସହଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନେ ସଚେତନତା ଅଧିବେଶନରେ ସକ୍ରିୟ ଭାବେ ଯୋଗଦେଇ ରକ୍ତଚାପ ପରୀକ୍ଷାର ସୁବିଧା ମଧ୍ୟ ନେଇଥିଲେ।
ରୋଗୀ ଓ ୱାର୍ଡ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିବାବେଳେ, ଏହା ଜିଏନଏମ୍ ଛାତ୍ରଛାତ୍ରୀଙ୍କ ପାଇଁ ସମୁଦାୟ ଭିତ୍ତିକ ଶିକ୍ଷା ଓ ଯୋଗାଯୋଗ କୌଶଳ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥିଲା। ଏହା ସହିତ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ସଚେତନତା ଓ ପୂର୍ବ ପ୍ରତିରୋଧର ଗୁରୁତ୍ୱକୁ ମଧ୍ୟ ଉଦ୍‌ଘାଟିତ କରାଯାଇଥିଲା।

" />