05-Jun-2026
ପଦ୍ମପୁର(ପିଆର),ତା. 03/06/26 : ଓଡିଶା ର ଶିକ୍ଷା ଓ ଶିକ୍ଷକ ଆନ୍ଦୋଳନ ର ପୁରୋଧା, ବିଶ୍ୱ ଶିକ୍ଷକ ମହାସଂଘ ର ପ୍ରାକ୍ତନ ଉପସଭାପତି, ତଥା ସାରସ୍ୱତ ସାଧକ ଦିବଂଗତ ପ୍ରଫେସର ଅବନୀ ବରାଳ ଙ୍କ 92ତମ ଜନ୍ମଦିନ ଉପଲକ୍ଷେ ଅଦ୍ୟ ଜୁନ 3 ତାରିଖରେ ସ୍ଥାନୀୟ ଶିକ୍ଷକ ଭଵନ, ଶାନ୍ତି ନଗର, ପଦ୍ମପୁର ଠାରେ ଓଡିଶା ପଛୁଆ ଅଂଚଳ ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସଂଘ ଓ ଶିକ୍ଷକ ମହାସଂଘ ବରଗଡ଼ ଜିଲ୍ଲା ଶାଖା ଆନୁକୂଲ୍ୟରେ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ବରଗଡ଼ ଜିଲ୍ଲା ଓଷ୍ଟା ର ପୂର୍ବତନ ସଭାପତି ପ୍ରୀତି ରଞ୍ଜନ ପ୍ରଧାନଙ୍କ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପ୍ରୋକ୍ତ ଉତ୍ସବ ରେ ସଂଘ ର ଜିଲ୍ଲା ସଂଯୋଜକ ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ମୂଖ୍ୟ ଅତିଥି ଓଷ୍ଟା ର ପୂର୍ବତନ ରାଜ୍ୟ ଉପଦେଷ୍ଟା ସତ୍ୟନାରାୟଣ ତ୍ରିପାଠୀ, ସମ୍ମାନିତ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ଶାନ୍ତି ସ୍ୱରୂପ ପୁରୋହିତ,ପ୍ରାଧ୍ୟାପକ ଶଙ୍କର୍ଲାଲ୍ ଭୋଇ, ପ୍ରାଧ୍ୟାପକ ଉମାକାନ୍ତ ସାହୁ, ଅଧ୍ୟାପକ ନବୀନ କୁମାର ବାରିକ, ଶିକ୍ଷକ ନେତା ଟିକନୁ ସାହୁ, ଓଷ୍ଟା ର ପଦ୍ମପୁର ବ୍ଲକ ସମ୍ପାଦକ ରବିଶଙ୍କର ପ୍ରଧାନ,ଯୁବ ସମାଜ ସେବୀ ମିଳନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ. I ଓଡିଶା ତଥା ବିଶ୍ୱ ର ଶିକ୍ଷା ଓ ଶିକ୍ଷକ ଙ୍କ ଉନ୍ନତି ତଥା ସାହିତ୍ୟ କ୍ଷେତ୍ର ରେ ପ୍ରଫେସର ବରାଳ ଙ୍କ ଉଲ୍ଲେଖନୀୟ ଯୋଗଦାନ ସମ୍ପର୍କରେ ବକ୍ତା ମାନେ ଆଲୋଚନା କରିଥୁଲେ. l ରବି ଶଙ୍କର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
I