06-Jun-2026
ରାୟଗଡ(ପିଆ)ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ଦାମୋଦର ରଥ ଙ୍କ ପୌରହିତ୍ୟରେ ଏବଂ ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଅଦ୍ୟ ତା-୦୫.୦୬.୨୦୨୬ ରିଖ ସ୍ଥାନୀୟ ସି.ଟି.ଟି.ସି କଲେଜ ପରିସରରେ ଥିବା କନଫୋରେନ୍ସ ହଲ ପରିସରରେ ସକାଳ ସମୟ ଘ.୦୯.୦୦ମି ରେ “ବିଶ୍ୱ ପରିବେଶ ଦିବସ” ପାଳିତ ହୋଇଯାଇଛି I ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବନ ବିଭାଗର ଏ.ସି.ଏଫ୍ ଶ୍ରୀ ସନ୍ଧିପ କୁମାର ପୃଷ୍ଠି, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପ୍ରଣ୍ଟ ଅଫିସ ରିଟେନର ଶ୍ରୀ ସୁକାନ୍ତ ଦାସ, ସି.ଟି.ଟି.ସି କଲେଜ ର ଦାୟିତ୍ୱରେ ଥିବା ଅଧ୍ୟକ୍ଷ ଶ୍ରୀ ସନ୍ତୋସ କୁମାର ସ୍ୱାଇଁ ଓ ଶିକ୍ଷକ, କର୍ମଚାରୀ, ଛାତ୍ର ଓ ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଥିବା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ଉପରେ ବୁଝାଇବା ସହିତ “ଜୀବ ମାନଙ୍କ ପାଇଁ ପରିବେଶର ଆବଶ୍ୟକତା, ଏହାର ବ୍ୟବହାର ଏବଂ ସୁରକ୍ଷା” ଉପରେ ନିଜଅଭିଭାଷଣ ବ୍ୟକ୍ତ କରିଥିଲେ I ସେହିପରି ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ମଧ୍ୟ ନିଜର ବକ୍ତବ୍ୟରେ “ବିଶ୍ୱ ପରିବେଶ ଦିବସ” ଉପରେ ବୁଝାଇଥିଲେ ତା ସହିତ “ଜୀବ ମାନଙ୍କ ପାଇଁ ପରିବେଶର ଆବଶ୍ୟକତା, ଏହାର ବ୍ୟବହାର ଏବଂ ସୁରକ୍ଷା” ଉପରେ ନିଜ ନିଜ ର ଅଭିଭାଷଣ ବ୍ୟକ୍ତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି l