25-Jul-2026
ପୁରୀ (ପିଆର), ଶ୍ରୀକ୍ଷେତ୍ର ଗୁଣ୍ଡିଚା ପାଇଁ ଚଳ ଚଞ୍ଚଳ ! ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଲାଗି ରହିଥିଲା ପବିତ୍ର ବଡଦାଣ୍ଡରେ !! ତିନି ରଥରେ କାଳିଆ ସାଆନ୍ତ, ବଡଭାଇ ବଳଭଦ୍ର ଓ ମା ସୁଭଦ୍ରା ଙ୍କୁ ଦେଖିବାପାଇଁ, କାହିଁ କେତେଦୂରରୁ ଭକ୍ତସମାଜ ପ୍ରବଳ ବର୍ଷାରେ ଓଦା ହେୟୀ, ବଡଦାଣ୍ଡକୁ ଛୁଟି ଆସିଥିଲେ, ଟିକେ ନେତ୍ର ପୁରାଇ ନିଜ ମନର ଦେବତା କୁ ଦର୍ଶନ କରିବେ !! ଜୟ ଜଗନ୍ନାଥ ଧ୍ୱନିରେ ବଡଦାଣ୍ଡ ଭକ୍ତି ମୟ ହୋଇଥିଲା !! ଅନେକ ଅନୁଷ୍ଠାନ ଭକ୍ତଙ୍କୁ ଅନେକ ପ୍ରକାର ସେବା ମଧ୍ୟ ପ୍ରତିବର୍ଷ ପରି ଯୋଗେୟୀ ଦେବାକୁ ଭୁଲି ନଥିଲେ !! କିଏ ପିଇବା ପାଣି ବାଣ୍ଟୁଥିଲେ ତ କେହି ଶୁଖିଲା ଖାଦ୍ୟ ବାଣ୍ଟୁଥିଲେ !! କେହି ଦାଣ୍ଡକୁ ଓଳେୟୀ ସଫା କରୁଥିଲେ ତ କେହି ଭକ୍ତଙ୍କୁ ତ୍ୱରିତ ଚିକିତ୍ସା ସେବା ଯୋଗେୟୀ ଦଉଥିଲେ ତ ଆଉ କିଛି ଅନୁଷ୍ଠାନ ରନ୍ଧାଖାଦ୍ୟ କରି ଭକ୍ତଙ୍କୁ ବଣ୍ଟନ କରିଥିଲେ !! ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ତରଫରୁ
ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଠରନଳା ଠାରେ ବିସ୍କୁଟ, ପାଣି ଓ ସୁସ୍ୱାଦୁ ଖେଚୁଡ଼ି ରନ୍ଧା ଖାଦ୍ୟ ଆଦି ବଣ୍ଟନ କରାଯାଇଥିଲା !! ଅନେକ ପଥ ଶ୍ରାନ୍ତ କରି ଆସୁଥିବା ଭକ୍ତ ମାନେ ଅନୁଷ୍ଠାନ ଦ୍ୱାରା ଦିଆ ଯାଉଥିବା ସେବାକୁ ଗ୍ରହଣ କରି ଅତ୍ୟନ୍ତ ଆତ୍ମତୃପ୍ତି ଲାଭ କରିଥିଲେ !! ପ୍ରାୟ 2000 ଭକ୍ତ ସମାଜ ଙ୍କୁ ସେବା ଯୋଗାଇ ଦିଆଯାଇଥିଲା ! ଆଜିର ଏହି ସୁନ୍ଦର ସେବାକୁ ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଲେଙ୍କା ପରିଚାଳନା କରିଥିଲେ !! ଟ୍ରଷ୍ଟ ର ସମ୍ପାଦିକା ଶ୍ରୀମତୀ ସସ୍ମିତା ଶତପଥୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ବେବିଲାଲ ମିଶ୍ର, ଆଲୋକ କୁମାର ଦାସ, ବିରଞ୍ଚି ଜେନା, ଦେବାଶିଷ ମହାପାତ୍ର, ସଂଯୁକ୍ତା ବେହେରା, ଶ୍ରଦ୍ଧାଞ୍ଜଳି ସିଂ, ଝାନ୍ସୀରାଣୀ ମିଶ୍ର ଓ ମଧୁସ୍ମିତା ସାହୁ,ଯୋଗଦେୟୀ ସେବାକୁ ସଫଳ କରିଥିଲେ !! ଆସନ୍ତା ବାହୁଡା଼ ଯାତ୍ରା ଓ ସୁନାବେଶ ଉପଲକ୍ଷେ ଅଠର ନଳା ଠାରେ ବିସ୍କୁଟ, ପିଇବାପାଣି ଓ ଶୁଖିଲାଖାଦ୍ୟ ମଧ୍ୟ ବଣ୍ଟନ କରାଯିବ ବୋଲି ସଭାପତି ପ୍ରସନ୍ନ କୁମାର ଲେଙ୍କା ଜଣାଇଛନ୍ତି !!