• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଗ୍ରାମୀଣ

06-Aug-2026

ରିଭଲକଣା ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟ ଛାତ୍ରାବାସର କନିଷ୍ଠଙ୍କ ଉପରେ ବରିଷ୍ଠଙ୍କ ଆକ୍ରମଣ ଘଟଣା !

ରାୟଗଡ଼(ପିଆର), ତା. ୬/୮/୨୬: ରାୟଗଡ଼ ଜିଲ୍ଲା କୋଲନରା ବ୍ଲକ୍ ଅନ୍ତର୍ଗତ ରିଭଲକଣାସ୍ଥିତ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ କନିଷ୍ଠ ଛାତ୍ରମାନଙ୍କ ପ୍ରତି କିଛି ବରିଷ୍ଠ ଛାତ୍ରଙ୍କ ଦ୍ୱାରା ଶାରୀରିକ ନିର୍ଯାତନା ଦିଆଯାଇଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ରାୟଗଡ଼ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ମଙ୍ଗଳ ବିଭାଗ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ ତଦନ୍ତ ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ୧ ଅଗଷ୍ଟ ୨୦୨୬ ତାରିଖରେ କ୍ରିକେଟ ଖେଳକୁ କେନ୍ଦ୍ର କରି କିଛି ଛାତ୍ରଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା। ସେହିଦିନ ପ୍ରଧାନ ଶିକ୍ଷକ ଏବଂ ଛାତ୍ରାବାସ ପରିଚାଳକ ସମ୍ପୃକ୍ତ ଛାତ୍ରମାନଙ୍କୁ ଡାକି ବୁଝାସୁଝା କରିଥିଲେ। କିନ୍ତୁ ୨ ଅଗଷ୍ଟ ୨୦୨୬ ତାରିଖ ରାତି ପ୍ରାୟ ୧୨ଟା ସମୟରେ କିଛି ଦଶମ ଶ୍ରେଣୀର ଛାତ୍ର କନିଷ୍ଠ ଛାତ୍ରମାନଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ। ପରଦିନ ସକାଳ ପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଅଭିଯୋଗ କର୍ତ୍ତୃପକ୍ଷଙ୍କ ନିକଟରେ ହୋଇନଥିଲା।
୪ ଅଗଷ୍ଟ ୨୦୨୬ ତାରିଖ ସକାଳେ ଜଣେ ଅଭିଭାବକ ଭିଡିଓ ସହିତ ଅଭିଯୋଗ କରିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ କୋଲନରା WEOଙ୍କୁ ଅବଗତ କରାଇଥିଲେ। ପ୍ରାଥମିକ ତଦନ୍ତ ପରେ ବିଭାଗୀୟ ନିର୍ଦ୍ଦେଶକ୍ରମେ ପ୍ରଧାନ ଶିକ୍ଷକ ଚାନ୍ଦିଲି ଥାନାରେ ଏତଲା ଦାଖଲ କରିଥିଲେ। ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ବେଳେ ଥେରୁବାଲି ଫାଣ୍ଡି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।
ସେହିଦିନ ରାତିରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଅସୀମା ରାଓ ଛାତ୍ରାବାସରେ ପହଞ୍ଚି ଛାତ୍ରମାନଙ୍କ ସହ ଆଲୋଚନା କରିବା ସହ ପୀଡ଼ିତ ଛାତ୍ରମାନଙ୍କ ପାଇଁ କାଉନସେଲିଂର ବ୍ୟବସ୍ଥା କରିଥିଲେ। ଶିଶୁ ମଙ୍ଗଳ କମିଟି (CWC) ମଧ୍ୟ ସ୍ୱାଧୀନ ଭାବେ ତଦନ୍ତ କରି ପୀଡ଼ିତ ଛାତ୍ରମାନଙ୍କଠାରୁ ଲିଖିତ ବୟାନ ସଂଗ୍ରହ କରିଥିଲା।
୫ ଅଗଷ୍ଟ ୨୦୨୬ ତାରିଖରେ କୋଲନରା ବ୍ଲକ୍ ଉନ୍ନୟନ ଅଧିକାରୀ ଏବଂ WEO ପୁନର୍ବାର ଘଟଣାସ୍ଥଳ ପରିଦର୍ଶନ କରି ବିସ୍ତୃତ ତଦନ୍ତ କରିଥିଲେ। ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକା, ଜିଲ୍ଲା ମଙ୍ଗଳ ଅଧିକାରୀ,ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ,  ସମ୍ପୃକ୍ତ ଅଧିକାରୀ ଏବଂ ଅଭିଭାବକମାନଙ୍କ ଉପସ୍ଥିତିରେ ଘଟଣାର ସମୀକ୍ଷା କରିଥିଲେ।
ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ, ଘଟଣାରେ ମୋଟ ୭ ଜଣ ଦଶମ ଶ୍ରେଣୀର ଛାତ୍ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଘଟଣାର ଭିଡିଓ ଧାରଣ କରିଥିବା ବେଳେ ଅନ୍ୟମାନେ ପୀଡ଼ିତ ଛାତ୍ରମାନଙ୍କୁ ଭୟଭୀତ କରିବା ଓ ନିର୍ଯାତନାରେ ସହଯୋଗ କରିଥିବା ଜଣାପଡ଼ିଛି। କାଉନସେଲିଂ ସମୟରେ ମିଳିଥିବା ବୟାନ ଅନୁଯାୟୀ, ସମ୍ପୃକ୍ତ ଛାତ୍ରମାନେ ପୂର୍ବରୁ ମଧ୍ୟ ବିଭିନ୍ନ ବିଶୃଙ୍ଖଳାମୂଳକ କାର୍ଯ୍ୟରେ ସମ୍ପୃକ୍ତ ଥିବା ସୂଚନା ମିଳିଛି।
ସମସ୍ତ ତଥ୍ୟ ଓ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଘଟଣାରେ ସମ୍ପୃକ୍ତ ସମସ୍ତ ୭ ଜଣ ଛାତ୍ରଙ୍କୁ ଟ୍ରାନ୍ସଫର ସାର୍ଟିଫିକେଟ (TC) ପ୍ରଦାନ କରାଯାଇ ବିଦ୍ୟାଳୟରୁ ବହିଷ୍କାର କରାଯାଇଛି। ସେହିପରି ମୁଖ୍ୟ ବିଶୃଙ୍ଖଳା ଛାତ୍ରଙ୍କ ସମେତ ସମସ୍ତ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ଚାନ୍ଦିଲି ଥାନାରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
ବିଦ୍ୟାଳୟର ନଥିପତ୍ର ଯାଞ୍ଚରୁ ଜଣାପଡ଼ିଛି ଯେ, ୨୭ ଜୁଲାଇ ୨୦୨୬ ତାରିଖରେ ସମସ୍ତ ଛାତ୍ରଙ୍କ ପାଇଁ ନିୟମିତ କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ଶୃଙ୍ଖଳା, ପାରସ୍ପରିକ ସମ୍ମାନ ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାଛଡ଼ା ଏପ୍ରିଲ ଓ ଜୁଲାଇ ମାସରେ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି କରୁଥିବା କିଛି ଛାତ୍ରଙ୍କ ଅଭିଭାବକଙ୍କୁ ଡାକି ଆଲୋଚନା କରାଯାଇଥିଲା ଏବଂ ସମ୍ପୃକ୍ତ ଛାତ୍ରମାନଙ୍କ ମାନସିକ ସ୍ଥିରତା ପାଇଁ ସାମୟିକ ଭାବେ ଘରକୁ ପଠାଯାଇଥିଲା।
ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବିଦ୍ୟାଳୟରେ ୨୬୫ ଜଣ ଛାତ୍ର ଅଧ୍ୟୟନ କରୁଥିବା ବେଳେ ମାତ୍ର ୫ ଜଣ ଶିକ୍ଷକଙ୍କ ଦ୍ୱାରା ପାଠପଢ଼ା ସହ ଛାତ୍ରାବାସ ପରିଚାଳନା କରିବାରେ ବ୍ୟାପକ ପ୍ରଶାସନିକ ଅସୁବିଧା ସୃଷ୍ଟି ହେଉଛି। ତଦୁପରି, ଗତ ୧୮ ଜୁନ ୨୦୨୬ ତାରିଖରୁ ପ୍ରଧାନ ଶିକ୍ଷକଙ୍କ ବଦଳି ହୋଇଥିବା ସତ୍ତ୍ୱେ ତାଙ୍କ ସ୍ଥାନରେ ନୂତନ ପ୍ରଧାନ ଶିକ୍ଷକ ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦାନ କରିନାହାନ୍ତି।
ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପୀଡ଼ିତ ଛାତ୍ରମାନଙ୍କୁ ଆବଶ୍ୟକ ମାନସିକ ସହାୟତା ଏବଂ କାଉନସେଲିଂ ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ ସମସ୍ତ ଛାତ୍ର ସୁରକ୍ଷିତ ଅଛନ୍ତି ଏବଂ ଛାତ୍ରାବାସରେ ସ୍ୱାଭାବିକ ପରିବେଶ ବଜାୟ ରହିଛି।
ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଛାତ୍ରାବାସଗୁଡ଼ିକରେ ଥିବା ପରିଚାଳନାଗତ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ବିଭାଗ ନିକଟରେ ପୁନର୍ବାର ପ୍ରସ୍ତାବ ପ୍ରେରଣ କରାଯାଇଛି। ଏହା ସହିତ ଛାତ୍ରମାନଙ୍କ ମଧ୍ୟରେ ଶୃଙ୍ଖଳା, ପାରସ୍ପରିକ ସମ୍ମାନ ଏବଂ ରେଗିଂ ବିରୋଧୀ ସଚେତନତା ବୃଦ୍ଧି ପାଇଁ ନିୟମିତ କାଉନସେଲିଂ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ଏବଂ ଭବିଷ୍ୟତରେ ମଧ୍ୟ ଅବ୍ୟାହତ ରହିବ।
ରାୟଗଡ଼ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ମଙ୍ଗଳ ବିଭାଗ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଏବଂ ଅଧିକାର ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଏପରି ଅମାନବୀୟ, ହିଂସାତ୍ମକ ଓ ଶୃଙ୍ଖଳାଭଙ୍ଗକାରୀ କାର୍ଯ୍ୟ ପ୍ରତି ଭବିଷ୍ୟତରେ ମଧ୍ୟ ଶୂନ୍ୟ ସହନଶୀଳତା (Zero Tolerance) ନୀତି କଠୋର ଭାବରେ ଅନୁସରଣ କରାଯିବ।

21
ବିଜ୍ଞାପନ

ଶ୍ରୀ ଶ୍ରୀ ମଝିଘରିଆଣୀ ..

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Advertisement..

Chaiti - 2025..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ଭାରତୀୟ ଗଣତନ୍ତ୍ରରେ ବିହାର ରାଜନ..

ଜିଲ୍ଲା

ରାୟଗଡରେ ଜିଲ୍ଲାସ୍ତରୀୟ ଦିଶା ବୈ..

ସହର

ଇମ୍ଫା ଥେରୁବାଲି ରେ ସପ୍ତାହ ବ୍ୟା..

ଗ୍ରାମୀଣ

ବାଫ୍‍ଲିମାଳି ଦୀର୍ଘସ୍ଥାୟୀ ଖଣି ..

ଜାତୀୟ

ରାଜନୈତିକ ଷଡଯନ୍ତ୍ର | BJP ଫସିଲା | ସମ..

ଅନ୍ତର୍ଜାତୀୟ

ଗାଁ ରୁ ସହର, ଜିଲ୍ଲା, ରାଜ୍ଯ, ଦେଶ ଓ ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଜିଟିଭି ଭାରତ ଓଡିଆ ର ସାମ୍ବାଦିକ ତ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ଜିଟିଭି ଭାରତ ଓଡିଆ ପ୍ରତିନିଧି କହି ତାଙ୍କ ଦ୍ବାରା କୌଣସି ଅପ୍ରିତିକର କାର୍ଯ୍ଯ ହୁଏ ବା ସେ କରନ୍ତି ସେଥିପାଇଁ ଜିଟିଭି ଭାରତ ଓଡିଆ ସମ୍ପାଦକ ଦାୟୀନୁହନ୍ତି |   (12-Apr-2026 07:08:00 PM) | ଚୈତନ୍ଯ କାଲସାଇ ବଲାଙ୍ଗୀର ଜିଲ୍ଲାପ୍ରତିନିଧିଭାବେ ଖବର ପ୍ରେରଣ କରିବାକୁ ସଂସ୍ଥା ଠାରୁ ପରିଚୟପତ୍ର ନେଇଥିଲେ | କୌଣସି କାର୍ଯ୍ଯ ନକରିବାରୁ ତାଙ୍କୁ ଦିଆଯାଇଥିବା ପରିଚୟପତ୍ର ଓ କାର୍ଡକୁ ଆଜ ତା 12.04.2026 ରିଖରୁ ରଦ୍ଧ କରିଦିଆଗଲା |    (12-Apr-2026 07:05:00 PM) | ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter