14-Aug-2026
ରାୟଗଡ(ପିଆର), ତା 14 08 2026 ରିଖ ଦିନ ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ (AIARLA) ତରଫରୁ ଦେଶ ବ୍ୟାପି ଅନଶନ ଓ ସତ୍ୟାଗ୍ରହ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନିତି ବିରୁଦ୍ଧ ରାଜ୍ୟ ସମ୍ପାଦକ ତ୍ରିପତି ଗମାଙ୍ଗ, ଅନିରୁଦ୍ଧ ନିଶିକା, ଲୋକନାଥ ନାଉରି ନେତା ଗଣ ବକ୍ତବ୍ଯ ରଖିଥିଲେ । ସଭା ଶେଷ ପରେ ମହାମୟୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ 10 ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି |
ସମାନ କାମ କୁ ସମାନ ମଜୁରୀ ଯୋଗାଇବା, ଗରିବ, ଭୂମିହୀନଙ୍କ କୁଡ଼ିଆ ଘରଗୁଡ଼ିକୁ ବୁଲଡୋଜର ଲଗେଇ ଘର ଭଗାଂ ବଦଂ କରିବା,ରହିବା ଘରକୁ ପଟା ପ୍ରଦାନ କରିବା, ସମସ୍ତ ପଞ୍ଚାୟତରେ ଭୂମିହୀନଙ୍କ ପାଇଁ ସରକାରୀ ବାସଗୃହ କଲୋନୀ ନିର୍ମାଣ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ₹ 7 ଲକ୍ଷ୍ୟ ନଗଦ ପ୍ରଦାନ କରିବା, ଭିବି ଜି ରାମ ଜୀ ଯୋଜନାରେ 125 ଦିନର କାମ ଗ୍ୟାରେଣ୍ଟି ଦେବା ସହ ସର୍ବନିମ୍ନ ₹700 ମଜୁରୀ ପ୍ରଦାନ କରିବା, କୌଣସି କାମ ନାହିଁ, ତେବେ ବେକାରୀ ଭତ୍ତା ପାଇଁ ଏକ ବ୍ୟବସ୍ଥା ପ୍ରଣୟନ କରିବା, SIR ଆଧାରରେ ରାସନ କାର୍ଡରୁ ଗରିବ ଭୂମିହୀନ ଲୋକଙ୍କୁ ରେସନ କାର୍ଡ କାଟିବା ବଦଂ କରିବା, ସମସ୍ତ ଗରିବ ଭୂମିହୀନ ପରିବାରର ପିଲାମାନଙ୍କ ପାଇଁ ମାଗଣା ଉଚ୍ଚଶିକ୍ଷାର ଗ୍ୟାରେଣ୍ଟି ଦେବା, ସାମାଜିକ ସୁରକ୍ଷା ପେନସନରୁ ନାମ ବାଦ ଦେବା ବନ୍ଦ କରିବା, ସମସ୍ତ ବୃଦ୍ଧଙ୍କୁ ₹5,000 ସାମାଜିକ ସୁରକ୍ଷା ପେନସନ ପ୍ରଦାନ କରିବା, ସାଟେଲାଇଟ୍ ଟାଉନସିପ୍ ଆଧାରରେ ଚାଷୀଙ୍କ ଜମିକୁ ଜୋରଦାର ହଡ଼ପ ବନ୍ଦ କରିବା, ପଞ୍ଚାୟତ ଗୃହ, ରାସ୍ତା, ପାଣି ଇତ୍ୟାଦି ଉପରେ ବେଆଇନ ଟିକସ ଲାଗୁ କରିବା ବନ୍ଦ କରିବା ପାଇଁ ଚେତାବନୀ ଦିଆଯାଇଛି l
ଅନିରୁଦ୍ଧ ନିଶିକା (ପୂର୍ବତନ ସରପଞ୍ଚ) ମୂର୍ତ୍ତି ମିଣିଆକା, ଲୋକନାଥ ନାଉରି,ବୁଡୁ ତୋଇକା, ମେନକା କଣ୍ଡାଗରି, ଭୁ ଲକ୍ଷ୍ମୀ କୁମ୍ଭୁରିକା, ଆଚାନା ମଣ୍ଡାଗିଂ, କ୍ରିଷ୍ଣା ପାଲକା, ଆଛାନା ମାଣ୍ଡାଙ୍ଗି, ରବିନ୍ଦ୍ର କଣ୍ଡାଗରି, ଅଶୋକ କଣ୍ଢାଗରୀ ଆଶ୍ରିଗା ଅଟକା ପ୍ରମୁଖ ଯୋଗଦେଇଥିଲେ |