• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଜିଲ୍ଲା

14-Aug-2026

ରାୟଗଡ଼ରେ ୧୫ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଥମଥର ପାଇଁ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଶିକ୍ଷକ ନିଯୁକ୍ତି!

ରାୟଗଡ଼(ପିଆର), ତା.14 ଅଗଷ୍ଟ 2026 ରିଖ ଜିଲ୍ଲାର ମଙ୍ଗଳ ବିଭାଗ ଅଧୀନ ବିଭିନ୍ନ ଆବାସିକ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟ ପାଇଁ ୧୫ ଜଣ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି। ତେବେ ଏହି ନିଯୁକ୍ତିର ସବୁଠାରୁ ବଡ଼ ଓ ଚର୍ଚ୍ଚିତ ଦିଗ ହେଉଛି ରାୟଗଡ଼ା ଜିଲ୍ଲାରେ ପ୍ରଥମଥର ପାଇଁ ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଶିକ୍ଷକ ସ୍ଥାୟୀ ନିଯୁକ୍ତି ପାଇଛନ୍ତି। ରାଜ୍ୟ ସରକାରଙ୍କ ଚୟନ ପ୍ରକ୍ରିୟା ମାଧ୍ୟମରେ ମନୋନୀତ ହୋଇଥିବା ୧୫ଜଣ ଶିକ୍ଷକଙ୍କୁ ରାୟଗଡ଼ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ନବନିଯୁକ୍ତ ଶିକ୍ଷକମାନଙ୍କୁ ୧୫ ଦିନ ମଧ୍ୟରେ ନିଜ ନିଜ ନିଯୁକ୍ତିସ୍ଥଳରେ ଯୋଗଦେଇ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସେକ ତାରିଫ ନାମକ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ସ୍ଥାୟୀ ସରକାରୀ ନିଯୁକ୍ତି ମିଳିବା ଜିଲ୍ଲା ପାଇଁ ଏକ ଐତିହାସିକ ଘଟଣା ଭାବେ ବିବେଚିତ ହେଉଛି। ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ନିଜର ଯୋଗ୍ୟତା, ଜ୍ଞାନ ଓ ଦକ୍ଷତା ଆଧାରରେ ସରକାରୀ ଶିକ୍ଷକ ଭାବେ ସ୍ଥାୟୀ ନିଯୁକ୍ତି ପାଇବା ଅନ୍ୟ ଦିବ୍ୟାଙ୍ଗ ଯୁବକଯୁବତୀଙ୍କ ପାଇଁ ମଧ୍ୟ ଏକ ବଡ଼ ପ୍ରେରଣା ପାଲଟିଛି। ଏହି ନିଯୁକ୍ତି କେବଳ ଜଣେ ଶିକ୍ଷକଙ୍କ ଚାକିରି ପ୍ରାପ୍ତିର ଘଟଣା ନୁହେଁ; ବରଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସମାନ ଅଧିକାର, ସମାନ ସୁଯୋଗ ଓ ଯୋଗ୍ୟତା ଆଧାରିତ ନିଯୁକ୍ତିର ଏକ ସକାରାତ୍ମକ ଉଦାହରଣ। ଦିବ୍ୟାଙ୍ଗତା ଦକ୍ଷତାର ପ୍ରତିବନ୍ଧକ ନୁହେଁ ଏହି ନିଯୁକ୍ତି ଏହାର ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି। ଅନ୍ୟପକ୍ଷରେ ୮୦ତମ ସ୍ବାଧୀନତା ଦିବସରେ ଅବସରପ୍ରାପ୍ତ ଅଧ୍ୟାପକ କାମାକ୍ଷୀ ପ୍ରସାଦ ଦାଶଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସଫଳତା ପାଇଁ ପୁରସ୍କୃତ କରାଯାଉଥିବା ସମୟରେ ଜିଲ୍ଲାରେ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ଶିକ୍ଷକ ଭାବେ ସ୍ଥାୟୀ ନିଯୁକ୍ତି ପାଇବା ଶିକ୍ଷା କ୍ଷେତ୍ର ପାଇଁ ଆହୁରି ଉତ୍ସାହଜନକ ବିଷୟ ବୋଲି ମତ ପ୍ରକାଶ ପାଇଛି। ଦୀର୍ଘ ବର୍ଷ ଧରି ରାୟଗଡ଼ ଜିଲ୍ଲାର ମଙ୍ଗଳ ବିଭାଗ ଅଧୀନ ଆବାସିକ ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ସ୍ଥାୟୀ ଶିକ୍ଷକ ପଦବୀ ଖାଲି ପଡ଼ିଥିଲା। ଏହାର ପ୍ରଭାବ ଶିକ୍ଷାଦାନ ବ୍ୟବସ୍ଥା ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ମଧ୍ୟ ପଡ଼ୁଥିଲା। ଖାଲି ପଦବୀଗୁଡ଼ିକ ପୂରଣ ପାଇଁ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଥିଲା। ସରକାରଙ୍କ ଚୟନ ପ୍ରକ୍ରିୟା ମାଧ୍ୟମରେ ୧୪ ଜଣ ଶିକ୍ଷକଙ୍କ ନିଯୁକ୍ତି ସମ୍ଭବ ହୋଇଛି ଏହି ନିଯୁକ୍ତିରେ  ଟିଜିଟି କଳା ଶିକ୍ଷକ ୪ଜଣ, ହିନ୍ଦୀ ଶିକ୍ଷକ ୭ ଜଣ  ଏବଂ ସଂସ୍କୃତ ଶିକ୍ଷକ ୪ଜଣ ନିଯୁକ୍ତି ହୋଇଥିବାରୁ ରାୟଗଡ଼ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅସୀମା ରାଓ ଖୁସି ପ୍ରକାଶ କରିଛନ୍ତି। ନୂତନ ଶିକ୍ଷକମାନେ ଯୋଗଦେବା ପରେ ଆବାସିକ ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ନବନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଜ ନିଜ ନିଯୁକ୍ତିସ୍ଥଳରେ ଯୋଗଦେଇ ଦାୟିତ୍ୱ ଗ୍ରହଣ କରିବାକୁ ଶ୍ରୀମତୀ ରାଓ ପରାମର୍ଶ ଦେଇଛନ୍ତି। ବିଶେଷକରି ଦୃଷ୍ଟିବାଧିତ ଶିକ୍ଷକଙ୍କ ଏହି ନିଯୁକ୍ତି ରାୟଗଡ଼ା ଜିଲ୍ଲାରେ ଦିବ୍ୟାଙ୍ଗ ସଶକ୍ତିକରଣର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି। ଯୋଗ୍ୟତା ଓ ଦକ୍ଷତା ଥିଲେ ଦୃଷ୍ଟିବାଧିତ ବ୍ୟକ୍ତି ମଧ୍ୟ ଶିକ୍ଷକ ଭାବେ ସଫଳତାର ସହ ଦାୟିତ୍ୱ ତୁଲିପାରିବେ ଏହି ନିଯୁକ୍ତି ତାହାର ଏକ ଦୃଢ଼ ଉଦାହରଣ ହୋଇଛି।

 

166
ବିଜ୍ଞାପନ

ଶ୍ରୀ ଶ୍ରୀ ମଝିଘରିଆଣୀ ..

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Advertisement..

Chaiti - 2025..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ଭାରତୀୟ ଗଣତନ୍ତ୍ରରେ ବିହାର ରାଜନ..

ଜିଲ୍ଲା

ରାୟଗଡରେ ଜିଲ୍ଲାସ୍ତରୀୟ ଦିଶା ବୈ..

ସହର

ଇମ୍ଫା ଥେରୁବାଲି ରେ ସପ୍ତାହ ବ୍ୟା..

ଗ୍ରାମୀଣ

ବାଫ୍‍ଲିମାଳି ଦୀର୍ଘସ୍ଥାୟୀ ଖଣି ..

ଜାତୀୟ

ରାଜନୈତିକ ଷଡଯନ୍ତ୍ର | BJP ଫସିଲା | ସମ..

ଅନ୍ତର୍ଜାତୀୟ

ଗାଁ ରୁ ସହର, ଜିଲ୍ଲା, ରାଜ୍ଯ, ଦେଶ ଓ ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଜିଟିଭି ଭାରତ ଓଡିଆ ର ସାମ୍ବାଦିକ ତ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ଜିଟିଭି ଭାରତ ଓଡିଆ ପ୍ରତିନିଧି କହି ତାଙ୍କ ଦ୍ବାରା କୌଣସି ଅପ୍ରିତିକର କାର୍ଯ୍ଯ ହୁଏ ବା ସେ କରନ୍ତି ସେଥିପାଇଁ ଜିଟିଭି ଭାରତ ଓଡିଆ ସମ୍ପାଦକ ଦାୟୀନୁହନ୍ତି |   (12-Apr-2026 07:08:00 PM) | ଚୈତନ୍ଯ କାଲସାଇ ବଲାଙ୍ଗୀର ଜିଲ୍ଲାପ୍ରତିନିଧିଭାବେ ଖବର ପ୍ରେରଣ କରିବାକୁ ସଂସ୍ଥା ଠାରୁ ପରିଚୟପତ୍ର ନେଇଥିଲେ | କୌଣସି କାର୍ଯ୍ଯ ନକରିବାରୁ ତାଙ୍କୁ ଦିଆଯାଇଥିବା ପରିଚୟପତ୍ର ଓ କାର୍ଡକୁ ଆଜ ତା 12.04.2026 ରିଖରୁ ରଦ୍ଧ କରିଦିଆଗଲା |    (12-Apr-2026 07:05:00 PM) | ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter