• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଜିଲ୍ଲା

08-Sep-2026

୧୧୩ କି.ମି.ରୁ ଅଧିକ ରାସ୍ତା ହେବ ୪-ଲେନ୍‌, ୭୯୫.୯୬ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ; ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଧନ୍ୟବାଦ

ରାୟଗଡ, ୦୮/୦୯/୨୦୨୬: ରାୟଗଡ ଜିଲ୍ଲାରେ ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ବିଭିନ୍ନ ପ୍ରମୁଖ ସଡ଼କର ମୋଟ ୧୧୩.୩୮୬ କିଲୋମିଟର ଅଂଶକୁ ୪-ଲେନ୍‌ରେ ଉନ୍ନୀତ କରାଯିବ। ଏଥିପାଇଁ ପ୍ରାୟ ୭୯୫.୯୬ କୋଟି ଟଙ୍କା ବ୍ୟୟ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ୪-ଲେନ୍‌ ସଡ଼କ ପ୍ରକଳ୍ପ ସମ୍ପର୍କରେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ନୂତନ ସମ୍ମିଳନୀ କକ୍ଷ,  ରାୟଗଡଠାରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ସାମ୍ବାଦିକମାନଙ୍କୁ ବିସ୍ତୃତ ସୂଚନା ଦେଇଥିଲେ।
ପ୍ରକଳ୍ପ ଅଧୀନରେ ରାୟଗଡ-କେରେଡା ରୋଡ୍‌ର ୨୫.୧୬୬ କି.ମି. ଅଂଶକୁ ୧୮୬.୧୯ କୋଟି ଟଙ୍କା ବ୍ୟୟରେ ୪-ଲେନ୍‌ କରାଯିବ। ଏହାଦ୍ୱାରା ୧୭ଟି ଗ୍ରାମ ଓ ୪ଟି ଗ୍ରାମ ପଞ୍ଚାୟତ ଉପକୃତ ହେବେ। ଏହି ପ୍ରକଳ୍ପ ପାଇଁ ୪(୧) ବିଜ୍ଞପ୍ତି ଜାରି ହୋଇଥିବା ସହ ସମସ୍ତ ୧୭ଟି ଗ୍ରାମସଭା ସମ୍ପନ୍ନ ହୋଇଛି।
ସେହିପରି କୋମ୍ମତାଳପେଟା-ମୁନିଗୁଡା-ତୁମୁଡିବନ୍ଧ ରୋଡ୍‌ (SH-05)ର କି.ମି. ୦/୦୦ରୁ ୩୦/୦୦ ପର୍ଯ୍ୟନ୍ତ ୩୦ କି.ମି. ରାସ୍ତା ୨୧୨.୧୧ କୋଟି ଟଙ୍କା ବ୍ୟୟରେ ୪-ଲେନ୍‌ ହେବ। ଏହାଦ୍ୱାରା ୨୦ଟି ଗ୍ରାମ ଓ ୮ଟି ଗ୍ରାମ ପଞ୍ଚାୟତ ଲାଭାନ୍ୱିତ ହେବେ। ସମସ୍ତ ୨୦ଟି ଗ୍ରାମସଭା ମଧ୍ୟ ଶେଷ ହୋଇଛି।
ଏହାଛଡ଼ା SH-05ର କି.ମି. ୩୦/୦୦ରୁ ୪୫/୬୧୫ ଏବଂ କି.ମି. ୫୨/୭୭୦ରୁ ୬୮/୦୫୫ ପର୍ଯ୍ୟନ୍ତ, ବିଷମକଟକ ବାଇପାସ୍‌କୁ ବାଦ ଦେଇ, ୩୨.୧୮ କି.ମି. ରାସ୍ତା ୨୦୧.୪୮ କୋଟି ଟଙ୍କା ବ୍ୟୟରେ ୪-ଲେନ୍‌ରେ ଉନ୍ନୀତ ହେବ। ଏଥିରେ ୨୫ଟି ଗ୍ରାମ ଓ ୭ଟି ଗ୍ରାମ ପଞ୍ଚାୟତ ଉପକୃତ ହେବେ। ସମସ୍ତ ଗ୍ରାମରେ ଗ୍ରାମସଭା ସମ୍ପନ୍ନ ହୋଇଛି ଏବଂ ଭୂମି ଅଧିଗ୍ରହଣ ସମ୍ପର୍କିତ ପରବର୍ତ୍ତୀ ପ୍ରକ୍ରିୟା ଜାରି ରହିଛି।
ସେହିପରି ଭବାନୀପାଟଣା-ମୁନିଗୁଡା ରୋଡ୍‌ (SH-06)ର କି.ମି. ୩୭/୩୪୦ରୁ ୬୩/୬୫୦ ପର୍ଯ୍ୟନ୍ତ, ଅମ୍ବାଦଳା ବାଇପାସ୍‌କୁ ବାଦ ଦେଇ, ୨୬.୦୪ କି.ମି. ରାସ୍ତା ୧୯୬.୧୮ କୋଟି ଟଙ୍କା ବ୍ୟୟରେ ୪-ଲେନ୍‌ କରାଯିବ। ଏହାଦ୍ୱାରା ୩୦ଟି ଗ୍ରାମ ଓ ୬ଟି ଗ୍ରାମ ପଞ୍ଚାୟତ ଉପକୃତ ହେବେ।
ଜିଲ୍ଲାପାଳ କହିଥିଲେ ଯେ, ଏହି ୪-ଲେନ୍‌ ପ୍ରକଳ୍ପ ରାୟଗଡର ଯୋଗାଯୋଗ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ। ଏହା ରାୟଗଡକୁ କଳାହାଣ୍ଡି, କନ୍ଧମାଳ ଓ ବିଶାଖାପାଟଣା ସହ ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ଯୋଗାଯୋଗରେ ଅଧିକ ସୁଦୃଢ଼ କରିବ। ଏଥିସହ ରାୟଗଡ, ବିଷମକଟକ, ମୁନିଗୁଡା ଓ ଅମ୍ବାଦଳା ରେଳ ଷ୍ଟେସନ, ଶିଳ୍ପାଞ୍ଚଳ ଏବଂ ବିଶାଖାପାଟଣା ବନ୍ଦର ସହ ଯୋଗାଯୋଗ ଉନ୍ନତ ହେବ। ଉନ୍ନତ ସଡ଼କ ଭିତ୍ତିଭୂମି ଫଳରେ କୃଷିଜାତ ସାମଗ୍ରୀର ଖେତରୁ ବଜାରକୁ ପରିବହନ, ଶିଳ୍ପ ଓ ବାଣିଜ୍ୟର ବିକାଶ, ପର୍ଯ୍ୟଟନର ପ୍ରସାର ଏବଂ ଯାତ୍ରା ସମୟ ହ୍ରାସ ପାଇବ। ଏହି ରାସ୍ତାଗୁଡ଼ିକ ଡିଭାଇଡେଡ୍‌ ହାଇୱେ ଭାବେ ନିର୍ମାଣ ହେବା ସହ ପ୍ରତ୍ୟେକ କ୍ୟାରେଜୱେର ଚଉଡ଼ା ୭.୫ ମିଟର ରହିବ ଏବଂ ଡିଜାଇନ୍‌ ସ୍ପିଡ୍‌ ୮୦ କି.ମି. ପ୍ରତି ଘଣ୍ଟା ରହିବ। 
ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରାୟଗଡ ଜିଲ୍ଲାର ସାମଗ୍ରିକ ବିକାଶକୁ ନୂଆ ଗତି ଦେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ରାୟଗଡ ଜିଲ୍ଲାର ବିକାଶ ପାଇଁ ଏହି ୪-ଲେନ୍‌ ସଡ଼କ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିବାରୁ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ରାୟଗଡ ଜିଲ୍ଲାବାସୀଙ୍କ ପକ୍ଷରୁ ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି, ରାୟଗଡ଼ - ୧ ଶ୍ରୀ ଆମ୍ବିକେୟ ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି, ରାୟଗଡ଼ - ୨ ଶ୍ରୀ ଦୁର୍ଗା ମାଧବ ପାଢୀ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ ଉପସ୍ଥିତଥିଲେ।    
 

37
ବିଜ୍ଞାପନ

ଶ୍ରୀ ଶ୍ରୀ ମଝିଘରିଆଣୀ ..

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Advertisement..

Chaiti - 2025..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ଭାରତୀୟ ଗଣତନ୍ତ୍ରରେ ବିହାର ରାଜନ..

ଜିଲ୍ଲା

ରାୟଗଡରେ ଜିଲ୍ଲାସ୍ତରୀୟ ଦିଶା ବୈ..

ସହର

ଇମ୍ଫା ଥେରୁବାଲି ରେ ସପ୍ତାହ ବ୍ୟା..

ଗ୍ରାମୀଣ

ବାଫ୍‍ଲିମାଳି ଦୀର୍ଘସ୍ଥାୟୀ ଖଣି ..

ଜାତୀୟ

ରାଜନୈତିକ ଷଡଯନ୍ତ୍ର | BJP ଫସିଲା | ସମ..

ଅନ୍ତର୍ଜାତୀୟ

ଗାଁ ରୁ ସହର, ଜିଲ୍ଲା, ରାଜ୍ଯ, ଦେଶ ଓ ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଜିଟିଭି ଭାରତ ଓଡିଆ ର ସାମ୍ବାଦିକ ତ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ଜିଟିଭି ଭାରତ ଓଡିଆ ପ୍ରତିନିଧି କହି ତାଙ୍କ ଦ୍ବାରା କୌଣସି ଅପ୍ରିତିକର କାର୍ଯ୍ଯ ହୁଏ ବା ସେ କରନ୍ତି ସେଥିପାଇଁ ଜିଟିଭି ଭାରତ ଓଡିଆ ସମ୍ପାଦକ ଦାୟୀନୁହନ୍ତି |   (12-Apr-2026 07:08:00 PM) | ଚୈତନ୍ଯ କାଲସାଇ ବଲାଙ୍ଗୀର ଜିଲ୍ଲାପ୍ରତିନିଧିଭାବେ ଖବର ପ୍ରେରଣ କରିବାକୁ ସଂସ୍ଥା ଠାରୁ ପରିଚୟପତ୍ର ନେଇଥିଲେ | କୌଣସି କାର୍ଯ୍ଯ ନକରିବାରୁ ତାଙ୍କୁ ଦିଆଯାଇଥିବା ପରିଚୟପତ୍ର ଓ କାର୍ଡକୁ ଆଜ ତା 12.04.2026 ରିଖରୁ ରଦ୍ଧ କରିଦିଆଗଲା |    (12-Apr-2026 07:05:00 PM) | ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter