• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ସମ୍ପାଦକୀୟ

31-May-2022

ମୋ ପାଇଁ ଏକ ସରପ୍ରାଇଜ୍ ଚୌକି !

ଆଜି ତା.31.05.2022ରିଖ ମିଡିଆ କେର ରାୟଗଡର ପ୍ରଥମ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ମୋ ପାଇଁ ଥିଲା ଏକ ସରପ୍ରାଇଜ୍ ଚୌକି !  ମିଡିଆ କେର ରାୟଗଡର ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିବାରୁ ଆୟୋଜକଙ୍କୁ ବ୍ଯକ୍ତିଗତ ଭାବେ ମୁଁ ଧନ୍ଯବାଦ ଜ୍ଞାପନ କରୁଅଛି | ଉଦ୍ଦେଶ୍ଯ କ’ଣ ହେଉ ଅବା ନହେଉ, ଲକ୍ଷ କିନ୍ତୁ ଏକ ହେବା ଦରକାର | ମତାରନ୍ତର ହେଉ କିନ୍ତୁ ମନାନ୍ତର ନହେବା ଦରକାର | ସଂଗଠକଙ୍କ ଲକ୍ଷ ଓ ଉଦ୍ଦେଶ୍ଯ ପୁରଣ ହେଉ ଏହାହିଁ ଠାକୁରଙ୍କ ନିକଟରେ ମୋର ପ୍ରାର୍ଥନା | ମୋର ଏହି ଲେଖାରେ କାହାକୁ ଯେଭଳି କଷ୍ଟ ନହେଉ, ଯଦିବା କିଏ ନିଜ ମନକୁ ବୁଝାଇ ପାରୁନାହିଁ ଏଣୁ ମୁଁ ଦୁଃଖିତ | ମୋ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି ମିଡିଆ କେର ସାମ୍ବାଦିକ ମାନଙ୍କର ଏକ ସଂଗଠନ ନା ସାମ୍ବାଦିକ ଏବଂ ତାଙ୍କ ପରିବାରଙ୍କୁ ସୁରକ୍ଷା ଓ ସହଯୋଗ ଯୋଗାଇ ଦେବା ପାଇଁ ଆଗକୁ ଆସିଥିବା ସାମ୍ବାଦିକ ଗଣ, ଏହି ପଙ୍କ୍ତି ଲେଖିବାର ତାତ୍ପର୍ଯ୍ଯ କୋରନା ସମୟରେ ସାମ୍ବାଦିକ ଏବଂ ତାଙ୍କ ପରିବାର ବର୍ଗଙ୍କୁ କୋରନାରୁ ମୁକ୍ତି ଦେବାରେ ଯେଉଁ ଭୁମିକା ନିଭାଇଛି ସେଥିପାଇଁ ଧନ୍ଯବାଦର ପାତ୍ର ହୋଇଥିଲା | ଏହା ଆରମ୍ଭ ହେଲା କୋରନା କାଳରୁ, ଏହାର ଏଡ୍ ମିନ୍ ସାମ୍ବାଦିକଙ୍କ ବିନା ଅନୁମୋତିରେ ମିଡିଆ କେରରେ ସାମ୍ବାଦିକ ମାନଙ୍କୁ ଯୋଡିଲେ, ସେଥିରେ କିଏ କଣ ପୋଷ୍ଟ କଲା ତାର ଶୃଙ୍କଳାକୁ ନେଇ ଗୋଟିଏ ଏଡ୍ମିନ୍ ରିମୁଭ କଲେ ଅନ୍ଯ ଆଡମିନ ଆଡ୍ କରୁଥିଲେ | ଗୃପରେ ମୁଁ କିଛି ଲେଖୁନଥିଲି ବେଳେ ବେଳେ ଦେଖୁଥିଲି ଏହାର ପ୍ରକୃତ ଚିତ୍ର, ଗୋଟିଏ ପରେ ଗୋଟିଏ ଦେଖୁଦେଖୁ 239 ସଦସ୍ଯଙ୍କୁ ଯୋଡିବାରେ ସକ୍ଷମ ହୋଇପାରିଛନ୍ତି ଆଡମିନ୍ | ଏଥିରେ ମୁଁ ଅନୁଭବ କରୁଛି ମୋତେ ଯେମିତି ଅନ୍ଯ କିଛି ଲୋକଙ୍କୁ ମଧ୍ଯ ସେମିତି ସାମିଲ କରାଯାଇଥିବ |

 ମିଡିଆ କେର ସାମ୍ବାଦିକ ଓ ତାଙ୍କ ପରିବାର ଲୋକମାନଙ୍କୁ ଅଭାବ ଅସୁବିଧା ସମୟରେ ସହାୟତାର ହାତବଢାଇବା କିମ୍ବା କୌଣସି ସହଯୋଗ ଉଦ୍ଧେଶ୍ଯରେ ରହିବ ତାହାହେଲେ ମୁଁ ସମର୍ଥନ କରିବି ଏବଂ ସେଥିରେ ସାମିଲ ମଧ୍ଯ ହୋଇରହିବି, ସକ୍ଷମ ଭାବେ ସହାୟତାର ହାତବଢାଇବି | ଯଦି ଏହା ଏକ ପଞ୍ଜିକୃତ ସଂଗଠନ ହେବ ତାହା ହେଲେ ମୁଁ ଏଥିରୁ  ବାଦପଡିବି କାରଣ ମୁଁ ଗୋଟିଏ ସଂଘର ସଦସ୍ଯ ହୋଇ ରହିଛି, ଏଣୁ ଏହି ସଂଘରେ ସଦସ୍ଯ ରହିବା ଅନୁଚିତ ମନେ କରୁଛି | ଜଣେ ସାମ୍ବାଦିକ ଗୋଟିଏ ସଂଘର ସଦସ୍ଯ ହେଲେ ତାହାର ଗାରିମା ରହିବ | ଏଭଳିକି ରାଜ୍ଯ ସଂଗଠନର ଗୋଟିଏ ଯୁନିଟର ସଦସ୍ଯ ଏବଂ ଜିଲ୍ଲା ସଂଘଠନର ଗୋଟିଏ ସଂଘର ସଦସ୍ଯ ହେବା ମନେ କରୁଛି | ଜଣେ ପ୍ରକୃତ ସାମ୍ବାଦିକଙ୍କ ଅନ୍ଯ କିଛି ନଥିଲେ ମଧ୍ଯ ମାନ, ସମ୍ମାନ ଓ ସ୍ବାଭିମାନ ରହିଛି ଏବଂ ରହିଥିବ |

    ଯଦିଚ ମିଡିଆ କେର ଗୋଟିଏ ମିଳିଚ ମଞ୍ଚଭାବେ ସାମ୍ବାଦିକଙ୍କ କାର୍ଯ୍ଯାରେ ଆସେ, ତେବେ ରାୟଗଡ ଜିଲ୍ଲାରେ ଗଢି ଉଠିଥିବା ସମସ୍ତ ସାମ୍ବାଦିକ ସଂଘର ମୁଖିଆଙ୍କୁ ଡାକି ଏକ ଆଲୋଚନା କରାଯାଇଥିାନ୍ତା ତାହାପରେ ସମସ୍ତଙ୍କୁ ସାମିଲ କରାଯିବା କଥା କିନ୍ତୁ କୌଣସି ସଂଘଠନର ନେତାଙ୍କୁ  କିଛି ନଜଣାଇ ନିଜନିଜ ମଧ୍ଯରେ କର୍ମକର୍ତ୍ତା ଭାଗବଣ୍ଟା ଓ ଆୟୋଜନ କାହାସ୍ବାର୍ଥ ପାଇଁ ? ଯଦି ଆପଣ ମାନଙ୍କ ସେହି ମନଭାବ ତେବେ ଆମକୁ ସାମିଲ କରିବାର ନଥିଲା, ଯଦି ଅନ୍ଯ କିଛି ସଂଘପରି ମନମାର୍ଜି ତେବେ ଏହାର ଆବଶ୍ଯକତା କଣ ରହିବ ଆମପାଇଁ ବୋଲି ମୁଁ ଅନୁଭବ କରୁଅଛି | ସାମ୍ବାଦିକତାକୁ ନିଶାରୁ  ପେଶା ଭାବେ ଯେଉଁ ମାନେ ଗ୍ରହଣ କରିନେଇଛନ୍ତି ସେମାନଙ୍କ ସ୍ବାଭୀମାନ ରହିଛି | ଏଣୁ ମୁଁ ଏଭଳି ସଂଘଠନର ସଦସ୍ଯ ହୋଇ ରହିବି ନାହିଁ |   ମୋର ମନେ ଅଛି ପ୍ରେସ କ୍ଲବକୁ ଭାଙ୍ଗି କିଛି ସାମ୍ବାଦିକ ଜିଲ୍ଲାସାମ୍ବାଦିକ ସଂଘ ଗଢିଲେ, ସେଥିରେ ମଧ୍ଯ କିଛି ସାମ୍ବାଦିକଙ୍କୁ ଏହିଭଳି ସାମିଲ କରିଥିଲେ | ଯେଉଁ ଦିନ ମିଟିଂ ସେହି ଦିନ ଅର୍ଥାତ୍ ମିଟିଂର 2-3 ଘଣ୍ଟା ମଧ୍ଯରେ ଜଣାଇ ଦିଆଯାଉଥିଲା ଆଉ କିଛି ଲୋକଙ୍କୁ ନାମକୁ ମାତ୍ର ସଦସ୍ଯ କରି ରଖାଯାଇଥିଲା | ଏହି ପରିସ୍ଥିତି ଦେଖାଦେବାରୁ ମୁଁ ସଦସ୍ଯତା ଗ୍ରହଣ ନକରି ଚୁପ ରହିଗଲି, କିଛି ସାମ୍ବାଦିକ କେତେ ମାସ ପରେ ସେହି ସଂଘଛାଡି ଦେଲେ ପୁଣି ସେମାନେ ଅନ୍ଯ ଏକ ସଂଘ କରିବାକୁ ବସିଲେ ସେଥିରେ ମୋତେ ସାମିଲ କଲେ, ଆଜି ଯାଏଁ ମୁଁ ସେହି ସଂଘଠନରେ ରହିଛି ରହିଥିବି | ମୁଁ ଅନ୍ଯ କୌଣସି ସଂଘର ସଦସ୍ଯ ହେବାକୁ ଚାହୁଁ ନାହିଁ, ବ୍ଯକ୍ତି ଗତ ହେଉ କିମ୍ବା ସାଂଗଠନିକ ଭାବରେ ମୋତେ ଡାକିଲେ ସାମିଲ ହେବି କିନ୍ତୁ ସଂଘଠନର ସଦସ୍ଯତା ଗ୍ରହଣ କରିବାର  ନାହିଁ |  ଯଦି ସଦସ୍ଯତା ଗ୍ରହଣ କରିବି ଗୋଟିଏରୁ ବାଦ ପଡିବା ପରେ | ମୋର ବିନା ଅନୁମୋତିରେ ମିଡିଆକେର ଆଡମିନ୍ ମୋ ନାମ ଏଜେଣ୍ଡାରେ ଯୋଡିଥିବାରୁ ମୁଁ ଦୁଃଖିତ, ଆଗକୁ ଆଉ କୋଉଥିରେ ଯୋଡିହୋଇଯିବ  !

       ଜିଲ୍ଲାର ପ୍ରେସ କ୍ଲବରୁ ଆରମ୍ଭ ହୋଇଛି ଖଣ୍ଡ ଖଣ୍ଡ, ଯେତେ ଖଣ୍ଡ ସେତେ ଦଣ୍ଡ ! ଜିଲ୍ଲା ସାମ୍ବାଦିକ ତିନିଖଣ୍ଡ, ମିଡିଆ କ୍ଲବ ଦୁଇଖଣ୍ଡ ପ୍ରେସ୍ ଯୁନିଅନ୍ ଦୁଇଖଣ୍ଡ, ମହାସଂଘ, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍, ଏବେ ମୁଣ୍ଡ ଟେକିଛି ଶୋସିଆଲ ମିଡିଆ | ନାଲିଆଖିଆଙ୍କୁ ପାନେ ଦେବାପାଇଁ ସଂଘ ପରେ ସଂଘ ଗଢି ଉଠିବ ନା ସଂଘଠିତ ମେଳିରୁ ସଂଗ୍ରାମ କରିବ ନା ନିଜର ପତିଆର ବିସ୍ତାର ପାଇଁ ଗୋଟିଏ ପରେ ଗୋଟିଏ ସଂଘଠନ ଗଢିବା ? ଆସୋସିଏସନ୍ ପରେ ଆସୋସିଏସନ୍, ଖବର କାଗଜ, ନ୍ଯୁଜ ଚାନେଲ, ସମାଜିକ ଗଣମାଧ୍ଯର ସଂଖ୍ଯା ବଢିବା ପରି ବ୍ଲକ, ଜିଲ୍ଲା, ରାଜ୍ଯ, ଦେଶରେ ସାମ୍ବାଦିକଙ୍କ ସଂଖ୍ଯା ବୃଦ୍ଧି ପାଇବାରେ ଲାଗିଛି, ଏହି ମର୍ମରେ ସଂଘଠନର ସଂଖ୍ଯା ମଧ୍ଯ ବୃଦ୍ଧିପାଇବାରେ ଲାଗିଛି | ଖଣ୍ଡ ଖଣ୍ଡ ପାଇଁ ବିଭିନ୍ନ ଦିଗରୁ ଚାପର ବସବର୍ତ୍ତି ହେବାକୁ ପଡୁଛି |  ଯେଉଁ ଦିନ ଯାଏଁ ସାମ୍ବାଦିକ ମାନଙ୍କ ଗୋଟିଏ ୟୁନିଟ ନହୋଇଛି କିମ୍ବା ଗୋଟିଏ ଛାତରେ ସାମିଲ ନହୋଇଛନ୍ତି,  ସେହି ଦିନ ଯାଏଁ ବିଭିନ୍ନ କାରଣ ଦର୍ଶାଇ ସଂଘପରେ ସଂଘ ଗଠି ଉଠିବ ସେଥିରେ କୌଣସି ଦ୍ବିମତ ନାହିଁ | ସେହି ଦିନ ଯାଏଁ ସମସ୍ଯା ସମାଧାନ ଅସମ୍ଭବ ବୋଲି ମନେ କରୁଅଛି  ? ମିଡିଆ କେରର ଏହି ଯୋଜନା ସମ୍ପର୍କରେ ମୋତେ ଅବଗତ ନକରି ମୋ ନାମକୁ ଯୋଡିବା ମୋ ପାଇଁ ଏକ ଅପୁରଣୀୟ .... | ଗଣତନ୍ତ୍ର ରାଷ୍ଟ୍ରରେ ସମସ୍ତଙ୍କ ଅଧିକାର ରହିଛି ଗଢିବା ଭାଙ୍ଗିବା ଏଥିରୁ ନିବୃତ ରଖିହେବ ନାହିଁ | ଲେଖିକି ଅପ୍ରିୟ, କହିକି  ସତୃତା ତଥାପି ଲୋକଙ୍କ ହୀତ ସାଧନ ପାଇଁ ଲେଖାର ଅନ୍ତ ନଘଟୁ !

    ଏହି କାର୍ଯ୍ଯକ୍ରମ ସମ୍ପର୍କରେ ଆମକୁ ଡାକିଥାନ୍ତେ ପଦେଟିଏ କହିଥାନ୍ତେ ମତାମତ ବି ନେଇଥାନ୍ତେ ଆମ ମତକୁ ସ୍ବୀକାର କରବା ନକର ତାପରେ ନାମକୁ ଯୋଡିଥାନ୍ତେ, ବିନା ସୂଚନାରେ ଯୋଡିବା କାହାମନକୁ କଷ୍ଟ ଦେବା ସଦୃଶ୍ଯ | ଗୃପରୁ ମୋତେ ରିମୁଭ କରିବା ଓ ରିମୁଭ ହେବା ଏକ ଭିନ୍ନ ବାର୍ତ୍ତା ଯାହା ଆପଣ/ଆଡମିନ ବିଚାର କରିବେ, ସାମ୍ବାଦିକ ଏକତା ଜୀନ୍ଦାବାଦ୍  !

 

351
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter