05-Jul-2022
ନଡିଆର ଉପକାରିତା ସମ୍ପର୍କରେ ଜାଣିବା, ଏହାର ଔଷଧୀୟ ଗୁଣ ସମ୍ପର୍କରେ ଯାହା କୁହାଯାଉଛି | ମଣିଷ ଶରୀରର ଅଙ୍ଗ ପ୍ରତ୍ଯେଙ୍ଗ ପ୍ରତ୍ଯେକ, ପ୍ରିତିଟି ଭିଟାମିନ୍ ଉପରେ ନିର୍ଭର କରିଥାଏ, ଯାହା ଭିଟିମିନ ଅଭାବ ହେଲେ ମଣିଷ ଶରୀରରେ ନାନାପ୍ରକାର ସମସ୍ଯା ଦେଖାଦେଇଥାଏ, ତେଣୁ ଆମେ କେତେକ ଜିନିଷକୁ ନିୟମିତ ସେବନ କରିବା ଦ୍ବାରା ଶରୀର ହୃଷ୍ଟପୃଷ୍ଟ ରହିଥାଏ | ଏପରି ସ୍ଥିତିରେ ଖାଲି ପେଟରେ ନଡ଼ିଆ ସେବନ କରିବା ଖୁବ ହିତକର ହୋଇଥାଏ l ଏଥିରେ ଫାଇବର ମାତ୍ରା ଅଧିକ ରହିଥାଏ , ଯାହାକି ଅପଚ ଓ କୋଷ୍ଠ କାଠିନ୍ୟ ସମସ୍ୟା ପାଇଁ ହିତକର l ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ଏହା ଦ୍ବାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ l ନଡ଼ିଆରେ ଗୁଡ଼ କୋଲେଷ୍ଟ୍ରଲ ରହିଥାଏ ଯାହାକି ବ୍ୟାଡ଼ କୋଲେଷ୍ଟ୍ରଲ ଦୂର କରିବାରେ ସାହାଯ୍ୟ କରିଥାଏ l ତେଣୁ ହୃତପିଣ୍ଡ ବା ହାର୍ଟ ସମସ୍ୟାକୁ ଦୂର କରିଥାଏ ନଡ଼ିଆ l କୋଲେଷ୍ଟ୍ରଲ ରୋଗୀମାନେ ନିୟମିତ ନଡ଼ିଆ ଖାଇବା ହିତକର l ଯଦି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ସକାଳୁ ଖାଲି ପେଟରେ ନଡ଼ିଆ ସେବନ କରନ୍ତୁ l ଏଥିରେ ଫାଇବର ମାତ୍ରା ଅଧିକ ରହିଥିବା କାରଣରୁ ଆପଣଙ୍କ ମେଦ ବହୁଳତା ହ୍ରାସ ହୋଇଥାଏ ଓ ଓଜନ ହ୍ରାସ ହୋଇଥାଏ l ଏହାଛଡା ନଡ଼ିଆରେ ଟ୍ରାଇଗ୍ଲିସରାଇଡ୍ସ ନାମକ ତତ୍ୱ ରହିଥାଏ l ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର l ଅତ୍ଯଧିକ ସେବନ ମଧ୍ଯ ଶରୀର ପ୍ରତି କ୍ଷତିକାରକ ହୋଇଥାଏ |