18-Jul-2022
ରାୟଗଡ, ଜିଲ୍ଲା ଚାନ୍ଦିଲି ସ୍ଥିତି ଜେକେ କାଗଜକଳର ସିଏସ୍ଆର ପକ୍ଷରୁ ଗତ କାଲି ସ୍ଥାନୀୟ ରିଭଲ୍ କଣା ଗ୍ରାମରେ ଏକ ରକ୍ତ ଦାନ ଶିବିର ରାୟଗଡ ବ୍ଲଡ଼ ବ୍ୟାଙ୍କ୍ ସହଯୋଗରେ ଆୟୋନ କରାଯାଈଥିଲା l ଏହି ରକ୍ତଦାନର ମହତ କାର୍ଯ୍ୟକ୍ରମକୁ ସୁନିଲ କୁମାର ନାଥ, ଲୋକ ସମ୍ପର୍କ ଅଧିକାରୀ ଉଦ୍ଘାଟନ କରିଥିଲେ l ଆଖ ପାଖ ଅଂଚଳର ପ୍ରାୟ ୬୫ ଜଣ ଯୁବକ ରକ୍ତ ଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମହା ପ୍ରବନ୍ଧକ ସୁନଦୀପ ପାଣ୍ଡେ, ଗୋରୀ ଶଙ୍କର ପଟନାୟକ, ଉପସଭାପତି ବାଣିଜ୍ୟ ବିଶ୍ୱଜିତ୍ ଦ୍ବିବେଦୀ ମଧ୍ୟ ରକ୍ତ ଦାନ କରିଥିଲେ l ଏଥିରେ 65 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା | ଜେକେ କାଗଜ କଳର ଏଭଳି ମହତ୍ କାର୍ଯ୍ଯକ୍ରମକୁ ଅଞ୍ଚଳବାସୀନ୍ଧା ପ୍ରସଂଶା କରିଥିଲେ