• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ବ୍ୟବସାୟ

16-Aug-2022

ଉତ୍କଳ ଆଲୁମିନା ଦ୍ୱାରା ‘ଆଜାଦି କା ଅମୃତ ମହୋତ୍ସବ’ ପାଳିତ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପକ୍ଷରୁ ୨୦୨୨ ଅଗଷ୍ଟ ୧୩ ତାରିଖରେ ‘ହର୍‍ ଘର୍‍ ତିରଙ୍ଗା’ ତିନିଦିନିଆ ଅଭିଯାନ ଆରମ୍ଭ ହୋଇଥିଲା । ପାରପାଶ୍ୱିକ ଗ୍ରାମଗୁଡିକରେ ବାସ କରୁଥିବା ଜନସାଧାରଣଙ୍କ ମଧ୍ୟରେ ୧ ହଜାରରୁ ଅଧିକ ଜାତୀୟ ପତାକା ବଣ୍ଟନ କରାଯାଇଥିଲା । ଏହି ଉତ୍ସବକୁ ଆମ ଦେଶ ଭାରତର ଦେଶପ୍ରେମର ବାର୍ତ୍ତା ପ୍ରଚାର ପ୍ରସାର କରିବାକୁ ଉଭୟ ସହରାଞ୍ଚଳ, ଆର୍‍ ଆଣ୍ଡ ଆର୍‍ କଲୋନି, ଦ୍ୱିମୁଣ୍ଡି ଏବଂ ଅନ୍ୟାନ୍ୟ ପାରିପାଶ୍ୱିକ ଗ୍ରାମଗୁଡିକରେ ପାଳନ କରାଯାଇଥିଲା ।

ଉତ୍କଳ ଆଲୁମିନାର ଉଭୟ ସହରାଞ୍ଚଳରେ ପ୍ରତ୍ୟେକ ହାତରେ ଜାତୀୟ ପତାକା ଧରି ଏବଂ ପ୍ରତ୍ୟେକଙ୍କ ଘରେ ଜାତୀୟ ପତାକା ଲଗାଯିବା ସହିତ ଅଗଷ୍ଟ ୧୩ ଓ ୧୪ ତାରିଖରେ ବଡ ଧରଣର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଏବଂ ପିଲାମାନେ ଜାତୀୟ ପତାକା ଉତ୍ତୋଳନ କରି ଆମର ପ୍ରିୟ ଦେଶ ନିମନ୍ତେ ଦୃଢ ଐକ୍ୟତାର ବାର୍ତ୍ତା ପ୍ରଚାର ନିମନ୍ତେ ଏକ ଶୋଭାଯାତ୍ରାରେ ଯାଇଥିଲେ । ପ୍ରତ୍ୟେକଙ୍କ ହାତରେ ତ୍ରିରଙ୍ଗା ବିବିଧତା ମଧ୍ୟରେ ଏକତାକୁ ପ୍ରଦର୍ଶିତ କରିଥିଲା ।

ସ୍ୱାଧୀନତା ସଂଗ୍ରାମୀ ଏବଂ ରାଷ୍ଟ୍ରର ବୀରମାନଙ୍କୁ ସ୍ମରଣ କରିବା ନିମନ୍ତେ ୨୦୨୨ ଅଗଷ୍ଟ ୧୪ ସନ୍ଧ୍ୟାରେ ନୂଆପଡାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଦେଶାତ୍ମବୋଧ ଏବଂ ନୃତ୍ୟ ପ୍ରଦର୍ଶନ କରି ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ ।

୨୦୨୨ ଅଗଷ୍ଟ ୧୫ ତାରିଖରେ ଉତ୍କଳ ଆଲୁମିନାର ୟୁନିଟ ହେଡ୍‍ ଏବଂ ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ୍‍ ଓଷାପଡାରେ ଆୟୋଜିତ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସେଠାରେ ୟୁଏଆଇଏଲ୍‍ର ସମସ୍ତ ବରିଷ୍ଠ ପଦାଧିକାରୀ ଟିମ୍‍ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।

“ଏହି ଦେଶର ଗୌରବକୁ ସମସ୍ତ ଭାରତୀୟ ଅତୁଟ ରଖିବା ଉଚିତ,” ବୋଲି ଶ୍ରୀ ମଜହର ବେଗ୍‍ ଦର୍ଶକଙ୍କୁ ତାଙ୍କର ସ୍ୱତନ୍ତ୍ର ଉଦ୍‍ବୋଧନରେ ଉଲ୍ଲେଖ କରିଥିଲେ । ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥ ଭାବରେ ଉତ୍କଳ ଆଲୁମିନା ସର୍ବଦା ରାଷ୍ଟ୍ର ଗଠନ ଦିଗରେ ଅବଦାନ ରଖିଆସୁଛି ବୋଲି ଶ୍ରୀ ବେଗ୍‍ କହିଥିଲେ । ଉତ୍କଳ ଆଲୁମିନା ପକ୍ଷରୁ ହାତକୁ ନିଆଯାଉଥିବା ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଏବଂ ଜନସମୁଦାୟଙ୍କର ସମୃଦ୍ଧି ଆଣିବା ଦିଗରେ ତାହାର ପ୍ରଭାବ ଉପରେ ସେ ଗୁରୁତ୍ୱ ଦେଇଥିଲେ । “ଶିକ୍ଷା, ସ୍ୱାସ୍ଥ୍ୟ, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ଆମର ସିଏସଆର୍‍ ଏବଂ ସଷ୍ଟେନେବିଲିଟି ପ୍ରୟାସସମୂହ ରାଜ୍ୟର ଦୁଇଟି ଜିଲ୍ଲାର ୨୩୨ ଗ୍ରାମରେ ବାସ କରୁଥିବା ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଆମେ ସର୍ବଦା ଅଗ୍ରଣୀ ସ୍ଥାନରେ ରହିଛୁ ଏବଂ ସ୍ଥାନୀୟ ଜନସମୁଦାୟରେ ଦେଖାଦେଉଥିବା ଯେକୌଣସି ପ୍ରକାର ସଙ୍କଟ ଏବଂ ରୋଗ ସଂକ୍ରମଣ ଆଦିର ମୁକାବିଲା ଦିଗରେ ଉତ୍ସର୍ଗୀକୃତ ରହିଛୁ, ତାହା କୋଭିଡ ୧୯ ମହାମାରୀ ହେଉ ଅଥବା ହଇଜା ସଂକ୍ରମଣ, ଏହା ସେହିଭଳି କିଛି ଉଦାହରଣ ଯେଉଁ କ୍ଷେତ୍ରରେ ଆମେ ଆମର ଜନସମୁଦାୟକଙ୍କୁ ଜିଲ୍ଲା ପ୍ରଶାସନ ସହିତ ମିଳିତ ଭାବରେ ସୁରକ୍ଷିତ ରଖିଛୁ,” ବୋଲି ଶ୍ରୀ ବେଗ୍‍ ଉଲ୍ଲେଖ କରିଥିଲେ ।

ଉତ୍କଳ ଆଲୁମିନା ଲେଡିଜ କ୍ଲବ୍‍ର ପ୍ରେସିଡେଣ୍ଟ ଶ୍ରୀମତୀ ହିନା ବେଗ୍‍ ଏବଂ ହେଡ୍‍ ସିକ୍ୟୁରିଟ ଏବଂ ପ୍ରଶାସନ, ଉତ୍କଳ ଆଲୁମିନା, କର୍ଣ୍ଣେଲ ପୱନପାଲ ସିଂ ଏହି ଅବସରରେ ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ ମଞ୍ଚାସୀନ ଥିଲେ ।

ବ୍ୟକ୍ତିବିଶେଷଙ୍କର ଉଲ୍ଲେଖନୀୟ ପ୍ରୟାସକୁ ସ୍ୱୀକୃତି ଜଣାଇବା ଉଦ୍ଦେଶ୍ୟରେ ଏକ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା, ଯେଉଁଠାରେ ଗୋଷ୍ଠୀର ବ୍ୟକ୍ତିବିଶେଷ, ଅଗ୍ରଣୀ ଚାଷୀ, ସଫଳ ଉଦ୍ୟୋଗୀ, ଶ୍ରେଷ୍ଠ ଶିକ୍ଷାନବିଶଙ୍କୁ ପୁରସ୍କୃତ କରାଯାଇଥିଲା । ସୁରକ୍ଷା କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ସେମାନଙ୍କର କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ଭାବ ନିମନ୍ତେ ପୁରସ୍କୃତ କରାଯାଇଥିଲା । ଏହି ପବିତ୍ର ସ୍ୱାଧୀନତା ଦିବସ ପାଳନ ଅବସରରେ ତିନିଦିନିଆ ଆଜାଦି କା ଅମୃତ ମହୋତ୍ସବ ଆୟୋଜନ ବ୍ୟତୀତ ୟୁଏଆଇଏଲ ସିଏସ୍‍ଆର ଟିମ୍‍ ନିକଟବର୍ତ୍ତୀ ଗ୍ରାମ ଏବଂ ଆର ଆଣ୍ଡ ଆର୍‍ କଲୋନିଗୁଡିକରେ ଏହି କାର୍ଯ୍ୟକ୍ରମ ପାଳନ କରି ଦେଶପ୍ରେମ ଏବଂ ଭ୍ରାତୃତ୍ୱଭାବର ପ୍ରକୃତ ଉତ୍ସାହ ପ୍ରଦର୍ଶନ କରିଥିଲେ ।

କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଏବଂ ଜନସାଧାରଣ ଏହି ଭବ୍ୟ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍‍ ତାହାର ସିଏସ୍‍ଆର ଆଣ୍ଡ ସିଆର୍‍ ଆଣ୍ଡ ସଷ୍ଟେନେବିଲିଟି ପ୍ରୟାସସମୂହ ଅଧୀନରେ ରାୟଗଡା ଏବଂ କଳାହାଣ୍ଡି ଆଦି ଦୁଇଟି ଜିଲ୍ଲାରେ ନିଜର ପାରିପାଶ୍ୱର୍ିକ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରିତାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ଏହି ଦୁଇ ଜିଲ୍ଲାର ଦୁଇଟି ବ୍ଲକ ଅନ୍ତର୍ଗତ ୧୨ଟି ଗ୍ରାମ ପଞ୍ଚାୟତର ୨୩୨ଟି ଗ୍ରାମରେ ନିଜର କାର୍ଯ୍ୟକ୍ରମ ଜାରି ରଖିଛି । ଏବିଜିର ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ସାମାଜିକ ପ୍ରସଙ୍ଗଗୁଡିକ ପ୍ରତି ଦୃଷ୍ଟିଦେଇ ସେସବୁର ସମାଧାନ ଆଦି ପାଞ୍ଚଟି କାର୍ଯ୍ୟକ୍ଷେତ୍ରକୁ ଅଗ୍ରାଧିକାରତା ଅଧୀନରେ ଏହା ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ୟୁଏଆଇଏଲ୍‍ର ଅନନ୍ୟ ବହୁ-ସହଭାଗୀ ଆଧାରିତ ପ୍ରୟାସସମୂହ ବିଗତ ପ୍ରାୟ ଦୁଇ ଦଶନ୍ଧି ଧରି ଜନଜୀବନକୁ ସମୃଦ୍ଧ କରିଆସୁଛି ।

347
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter