• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଅନୁଛେଦ

15-Sep-2022

ପଶ୍ଚିମାଞ୍ଚଳରେ ବିଦ୍ରୋହରଜ୍ବାଳା। କାହିଁକି?? କଣପାଇଁ??


ଏଥିପାଇଁ ବ୍ୟବସ୍ଥାରେ ସଂଶୋଧନର  ଆବଶ୍ୟକତା ରହିଛି କି ନାହିଁ??  ଶାସକ ବୁଝିପାରିଲେ ହେଲା।
ରାଜ୍ୟ ସରକାରଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଦରକାର।ପଶ୍ଚିମାଞ୍ଚଳର ହକ୍ କୁ ଜାବୁଡ଼ି ଧରିବା ଠିକ୍ ହେଉନାହିଁ। ପଶ୍ଚିମାଞ୍ଚଳ ଉନ୍ନୟନ ପରିଷଦର କାର୍ଯ୍ୟାଳୟକୁ ତୁରନ୍ତ ପଶ୍ଚିମାଞ୍ଚଳକୁ ସ୍ଥାନାନ୍ତରିତ କରିବା ଉଚିତ୍ ହେବ।
ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ରାଜ୍ୟର କ୍ଷତି ସାଧିତ କରିବ।  ଏହାକୁ ସରକାର ହୃଦୟଙ୍ଗମ କରିବା ଠିକ୍ ହେବ। କାରଣ ଏବେ  ପଶ୍ଚିମାଞ୍ଚଳରେ ବିଦ୍ରୋହର ଜ୍ବାଳା ଦେଖାଗଲାଣି। ଅଂଚଳ ବାସୀ ଉତକ୍ଷିପ୍ତହୋଇ ସମ୍ପୂର୍ଣ୍ଣଭାବରେ ସଂକଳ୍ପନେଇ ସାରିଥିବା ଅନୁମେୟ ହେଲାଣି। ସରକାର ଏବେ ବିଚାର କରିବା କଥା କଣ କଲେ ଠିକ୍ ହେବ।କାହିଁକି ଜନସନ୍ତୋଷ ଦେଖିବାକୁ ମିଳୁଛି। ଏହାକୁ ଏବେ ହାଲୁକା ଭାବରେ ନେବା ଆଉ ଠିକ୍ ନୁହେଁ।ଏହାର ସ୍ଥାୟୀ ସମାଧାନର ବାଟ ବାହାର କରିବାକଥା। ତାହାହେଲେ ଦେଖାଯାଉ ସରକାର କୋଉପଥକୁ ଠିକ୍ ଭାବୁଛନ୍ତି
"ମନ୍ଦିର ତୋଳାଇଲେ ନାଁ ପଡ଼େ
ବାଟରେ ଝାଡ଼ା ଫେରିଲେ ନାଁ ପଡ଼େ।"
ସ୍ୱତନ୍ତ୍ର ରାଜ୍ୟ ଦାବି ଆମର ନ୍ୟାର୍ଯ୍ୟଅଧିକାର ବୋଲି ଜନସାଧାରଣ ରାଜରାସ୍ତାକୁ କୁ ଆସିଲେଣି।ଛୋଟ ରାଜ୍ୟରେ ଏହିଭଳିଆ ବିଦ୍ରୋହ ଦେଖାଯିବା ଠିକ୍ କହିବା ନାହିଁ। ହେଲେ ଶାସକଙ୍କ ଭାବନାର କୁ ପରିଣତିର ଫଳ ଆଜି ସାରା ରାଜ୍ୟର ଭାଇ ଭାଇ ଭିତରେ ପାଚେରୀ ଛିଡ଼ା କରିବାର ପରିସ୍ଥିତି ଉପୁଜୁଥିବା ମନେହୁଏ। 
ଓଡ଼ିଶା ଏକ ଛୋଟ ରାଜ୍ୟ। ଭାରତବର୍ଷର ସ୍ଵାଧୀନତାର ପୂର୍ବରୁ ଏହା ଜନ୍ମ ନେଇଥିଲା। ସେତେବେଳେ ଉତ୍କଳ, କଳିଙ୍ଗ ଓ କୋଶଳର କିଛି ଅଂଶକୁ ନେଇ ଭାରତବର୍ଷର ଏକ ପ୍ରମୁଖ ରାଜ୍ୟ ଭାବରେ ୧ ଏପ୍ରିଲ ୧୯୩୬ ମସିହାରେ କଟକର କନିକା ପେଲେସରେ ଆରମ୍ଭ ହୋଇଥିଲା। ପରେପରେ ଭୁବନେଶ୍ୱରକୁ ରାଜ୍ୟର ରାଜଧାନୀ ଭାବରେ ବିକଶିତ କରାଯାଇଥିଲା। ଯେଉଁଦିନଠାରୁ ଓଡ଼ିଶା ନାମରେ ଏକ ରାଜ୍ୟ ପ୍ରତିଷ୍ଠା କରାଗଲା ତାକୁ ଓଡ଼ିଶା ଦିବସ ଆକାରରେ ପାଳନ କରାଯିବାର କଥା। ହେଲେ ତାକୁ ଉତ୍କଳ ଦିବସ ଭାବରେ ପାଳନ କରି କୋଶଳ ଓ କଳିଙ୍ଗର ଭାବନାକୁ ଆଘାତ ଦେବାର ଆରମ୍ଭ କରାଗଲା। ଖାଲି ସେତିକି ନୁହେଁ
ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପାତର ଅନ୍ତର ନୀତି ଆପଣାଇଥିବା ପ୍ରତ୍ୟୟମାନ ହୁଏ।
ଫଳରେ ଜନସାଧାରଣଙ୍କ ଭିତରେ ତୀବ୍ରପତିକ୍ରିୟା ଆସ୍ତେଆସ୍ତେ ଦେଖିବାକୁ ମିଳିଲା।
ପ୍ରଥମେପ୍ରଥମେ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ  ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଗଲା ହେଲେ ଫଳସୁନରହିଲା।
ପଶ୍ଚିମାଞ୍ଚଳ ପ୍ରତି ସରକାରଙ୍କ  ଏହିଭଳିଆ ବୈମାତୃକ ମନୋଭାବ ଯୋଗୁଁ  ସହିବାର ସୀମା ଟପିଯିବା ପରେପରେ  ଆଜି ଜନ୍ମ ନେଲା ସ୍ୱତନ୍ତ୍ର ରାଜ୍ୟ ସକାଶେ ତୀଵ୍ର ଆନ୍ଦୋଳନ।
ସ୍ୱତନ୍ତ୍ର ରାଜ୍ୟ ଗଠନ ହେଲାପରେ ପଶ୍ଚିମାଞ୍ଚଳର ଲୋକମାନଙ୍କୁ ବହୁମୂଲ୍ୟ ଚୁକାଇବାଜୁ ପଡିଛି। ସେ ହୀରାକୁଦବନ୍ଧ ହେବାଠାରୁ ଆରମ୍ଭକରି ରାଉରକେଲାରେ ଇସ୍ପାତକାରଖାନା ପ୍ରତିଷ୍ଠା ପର୍ଯ୍ୟନ୍ତ। ଭାବିଥିଲା ନିଜର ଏହି ତ୍ୟାଗଦ୍ୱାରା  ଆଗାମୀ ପିଢିର ସୁନାର ସ୍ୱପ୍ନ। ବର୍ଷପରେ ବର୍ଷ ଅତିକ୍ରମ କରିଲା ସିନା ଅଞ୍ଚଳର ଜନସାଧାରଣଙ୍କ ଦୁଃଖ ଦୁର୍ଦଶା ବଢିବଢି ଚାଲିଲା। ସବୁଆଡ଼େ ଉପକୂଳବର୍ତ୍ତି ଅଞ୍ଚଳର ପ୍ରାଦୁର୍ଭାବ ଦେଖିବାକୁ ମିଳିଲା। ପଶ୍ଚିମାଞ୍ଚଳର ଜନସାଧାରଣଙ୍କୁ ଦାଦନ ଖଟିବାକୁ ପଡ଼ିଲା।
ଆଜି ସେତିକି ନୁହେଁ ଆମର ଲୋକ ପ୍ରତିନିଧି ମାନଙ୍କୁ ଆମେ ନାମକୁ ମାତ୍ର ନିର୍ବାଚିତ କରି ପଠାଇଲୁ ହେଲେ ଆମେ କେବେ ଭାବିନଥିଲୁ ଏମାନେ ଉପକୂଳିଆଙ୍କ ପାଖରେ ନତମସ୍ତକ ହେବେବୋଲି।  ସମସ୍ତ ଦିଗରୁ ଫେଲ୍ ମାରିବା ପରେ ଆମେ ଆମର ଭାଗ୍ୟ ତିଆରି କରିବା ପାଇଁ ଏବେ ସମ୍ପୂର୍ଣ୍ଣଭାବେ ମନସ୍ତକରିବା ଛଡା ଆମପାଖରେ ଆଉକୋଣସି ବିକଳ୍ପରସମ୍ଭାବନା ଦେଖାଗଲାନାହିଁ। 
ସରକାରୀ ନିଯୁକ୍ତି କ୍ଷେତ୍ରରେ ପୂର୍ବରୁ ରହିଆସିଥିବା ନିୟମରେ ପରିବର୍ତ୍ତନକରିବା ଫଳରେ ଆମ ଅଞ୍ଚଳରେ ଏବେ ଉପକୂଳିଆ ଛାଇ ହୋଇଗଲେଣି। ନିଯୁକ୍ତି କ୍ଷେତ୍ରରେ ଆମ ଅଞ୍ଚଳର ପିଲାମାନଙ୍କୁ ଅଣଦେଖା କରାଗଲା। ବ୍ୟାପକ ଦୁର୍ନୀତି ଓ ପ୍ରିୟାପ୍ରୀତି ପୋଷଣ ରାଜନୀତି କରାଯାଉଥିବା ଅଭିଯୋଗ ସବୁ ଦେଖିବାକୁ ମିଳିଲା ଅଭିଯୋଗ କଲେ ଶୁଣିବାକୁ କେହି ନ ଥିବା ଭଳି ସରକାର ଚୁପ୍ ରହିଲେ। । ଆଗରୁ ସମସ୍ତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି ଜିଲ୍ଳା ସ୍ତରରେ କରାଯାଉଥିଲା ଓ ସମ୍ପୃକ୍ତ ଜିଲ୍ଲାର ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ମିଳୁଥିଲା। ବହୁ ଚତୁରତାର ସହିତ ସେହି ନିୟମରେ ପରିବର୍ତ୍ତନ ଆଣିଲେ। ଏହି କ୍ଷେତ୍ରରେ ମଧ୍ୟ ଯେତେ ସ୍ୱର ଉତ୍ତୋଳନ କଲେ ମଧ୍ୟ ସରକାର ଚୁପ୍ ରହିଥିବା ଦେଖିବାକୁ ମିଳିଲା।ଆମ ଅଂଚଳର ଲୋକ ପ୍ରତିନିଧିମାନେ ନିଜ ନିଜର ଟିକଟ ଚାଲିଯିବ ଭାବି ଚୁପ୍ ରହି ନିଜେ ଭୋଗବିଳାସରେ ସମ୍ପତ୍ତି ଠୁଳରେ ଲାଗିପଡିଥିବା ଦେଖିବାକୁ ହେଲା।
ଅନ୍ୟାନ୍ୟ ଉପାୟ ଶୂନ୍ୟହୋଇ ଜନସାଧାରଣ ଏବେ ରାଜ ରାସ୍ତାକୁ ଆସିବାକୁ ଶ୍ରେୟ ମନେକଲେ ଓ ନିଜର ଶାସନ ନିଜେ କେମିତି କରିହେବ ସେଥିପାଇଁ ସଂକଳ୍ପ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଦେଖିଲେ ଅନୁମେୟ ହୁଏ। ଗୋଟାଏ ପଟେ ଦେଖିବାକୁ ଗଲେ ଏହାର ବାସ୍ତବିକତା ରହିଅଛି।କାରଣ ଯେତେବେଳେ ସମସ୍ତ ଦ୍ୱାର ଆସ୍ତେ ଆସ୍ତେ ସଙ୍କୁଚିତ ହୋଇ ହୋଇ ଆସୁଛି ସେତେବେଳେ ଆଉ ସମୟକୁ ଅପେକ୍ଷା କରିବା ମୁର୍ଖତା ହେବା ମନେକରିବା  ସ୍ୱାଭାବିକ ଅଟେ।
ଆମ ଅଞ୍ଚଳର ଦୁଃଖ ଦୂରକରିବାକୁ ଆମେ ସଂକଳ୍ପ ନେଇସାରିଛୁ ଏହିଭଳିଆ ଭାବନା ଏବେ ଗାଁ ଠାରୁ ଆରମ୍ଭ କରି ସହରାଞ୍ଚଳରେ ରହୁଥିବା ଜନସାଧାରଣଙ୍କ ମଧ୍ୟରେ ଜାଗୃତ ହୋଇସାରିଥିବା ଅନୁମେୟ ହୁଏ।
ପଶ୍ଚିମାଞ୍ଚଳ ଜିଲ୍ଲା ଗୁଡ଼ିକରେ ଶିକ୍ଷିତ ବେକାର ଯୁବକଯୁବତୀଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ଆଜି ଚିନ୍ତାର ବିଷୟ ହୋଇ ଛିଡ଼ା ହେଲାଣି।
ବ୍ୟାଙ୍କରୁ ଋଣ ଆଣି ପାଠ ପଢିବା ପରେ ତାହା ଏବେ ପରିଶୋଧ କରିବା କଷ୍ଟକର ସାଧିତ ହେଲାଣି।
ଏପଟେ ବୃଦ୍ଧ ବାପା ମାଆ ନିଜ ନିଜର ସନ୍ତାନ ମାନଙ୍କ ଭବିଷ୍ୟତକୁ  ନେଇ  ଚିନ୍ତିତ ହୋଇ ଅନେକ ଅବେଳରେ ଝଡ଼ି ପଡୁଥିବା ଭଳିଆ କରୁଣ ଚିତ୍ର ସାମନାକୁ ଆସୁଛି।
ଘରେ ଆର୍ଥିକ ଅବସ୍ଥା ସଙ୍ଗିନ ଫଳରେ ପୁଅ ଝିଅ ମାନଙ୍କ ବୟସ ଅତିକ୍ରମ କରିଯାଉଅଛି ହେଲେ ବିବାହ କରିପାରୁ ନଥିବା ଅନେକ ଚିତ୍ର ଏବେ ଦେଖିବାକୁ ମିଳୁଛି। ସୁତରାଂ ଦେଖିବାକୁ ଗଲେ ଅଞ୍ଚଳରେ ଏବେ ସଙ୍ଗିନ ସାମାଜିକ ଚିତ୍ର ଜନଜୀବକୁ ଦୋହଲାଇଦେଲାଣି। ଏତେସବୁ ଘଟି ଚାଲିଥିବା ବେଳେ ଆମର ସାମାଜିକ ଚଳଣି ,ପରମ୍ପରା, ଆମର ସଂସ୍କୃତି ଆମର ପ୍ରାକୃତିକ ବୈଭବ ,ଆମର କୃଷି ସମ୍ପଦ,ଜଳସମ୍ପଦ,ଆମର ପର୍ଯ୍ୟଟନ ଓ  ସର୍ବୋପରି ଆମର ଯୋଗାଯୋଗ ବିଶେଷକରି ରେଳପଥ ଓ ଉଡାଣ ପଥକୁ ନେଇ ସରକାର ନିରବ ଦ୍ରଷ୍ଟା ସାଜିବା। ଏତେସବୁ ଅବିଚାରକୁ ଦେଖି କେତେଦିନ ଆଉ ଜନସାଧାରଣ  ଚୁପ୍ ରହିଥାନ୍ତେ।ସେଥିପାଇଁ ଆଜି ଦୁର୍ବାର ଆନ୍ଦୋଳନ ଜରିଆରେ ନିଜର ହକ୍ ଜାହିର କରିବା ସ୍ୱାଭାବିକ ଅଟେ।
ତେଣୁ ଏବେ ଜନସାଧାରଣ ଉଠାଉଥିବା ଅଲଗା ପ୍ରଦେଶ ଗଠନର ଦାବି ଯୁକ୍ତିଯୁକ୍ତ ଅଟେ। ଆଜି ସବୁଭିତ୍ତିଭୂମିଥାଇ ମଧ୍ୟ ଅଞ୍ଚଳର ବିକାଶ ପାଇଁ ସେମିତି କିଛି ଆଖିଦୃଶିଆ ତତ୍ପରତା ଦେଖା ଗଲାନାହିଁ।  ସ୍ୱାଧୀନତାର୭୬ତମ ପାଳିତହୋଇସାରିଛି, କିନ୍ତୁ ଆମେ ପଛୁଆ ହୋଇ ରହିଯାଇଅଛୁ। ଆମ ପଶ୍ଚିମାଞ୍ଚଳର ୧୦ଗୋଟି ଜିଲ୍ଲାରେ ଖଣିଖଦାନ, ଜଙ୍ଗଲଜାତ ଦ୍ରବ୍ୟ, କୃଷିକ୍ଷେତ,ପର୍ଯ୍ୟଟନ କ୍ଷେତ୍ରରେ  ଭରପୁର ସୁଯୋଗ ଥିବା ସତ୍ତ୍ୱେ ଆଜିପର୍ଯ୍ୟନ୍ତ ତାର ସଦବିନିଯୋଗ କରାଯାଇ ଆମ ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ସବୁ ନିଆଗଲା ନାହିଁ। ଯଦ୍ବାରା ଆମକୁ ପଛୁଆହୋଇ ରହିବାର ଅପବାଦ ମୁଣ୍ଡାଇବାକୁ ପଡିଲା।
ତେଣୁ ଏହାକୁ ଏକ ପ୍ରକାର ବୁଝିବାକୁ ପଡ଼ିବ, ଏ ଅଞ୍ଚଳର ବିକାଶ ହୋଉ ବୋଲି ଆମର ତଥାକଥିତ ବଡଭାଇ ବୋଲଉଥିବା ଉପକୂଳବର୍ତ୍ତୀ ନେତୃମଣ୍ଡଳୀ ଚାହାନ୍ତି ନାହିଁ । ଯାହାକି ସମ୍ପୂର୍ଣ୍ଣ ଭାବରେ ମଧ୍ୟ ଅନୁମେୟ ହୋଉଅଛି।
ଆଶ୍ଚର୍ଯ୍ୟ ବିଷୟ ଆଜି ପର୍ଯ୍ୟନ୍ତ ଯଦି ଆମର ଶିକ୍ଷା କଥା ଦେଖିବା ଆମ ଦଶଗୋଟି ଜିଲ୍ଲା ମଧ୍ୟରୁ ଆଜି ପର୍ଯ୍ୟନ୍ତ ଛଅ ଗୋଟି ଜିଲ୍ଲାରେ ସରକାରୀ ମହାବିଦ୍ୟାଳୟ ନାହିଁ।ତାହାହେଲେ ଏହା କଣ ଆମ ଅଂଚଳ ପ୍ରତି ପ୍ରତାରଣା ନୁହେଁ। ଆମ ଅଂଚଳରେ ଭଲ ଶିକ୍ଷା ଅନୁଷ୍ଠାନ କାହିଁକି କରାଯାଉନାହିଁ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସେହି ସମାନ ଅବସ୍ଥା।
ସବୁକିଛି ଭୁବନେଶ୍ୱର ଓ କଟକରେ ହେବ।ତାହାହେଲେ  ଏଅଞ୍ଚଳବାସୀ ଚୁପ୍ ରହିବେ କାହିଁକି??
କୃଷି କ୍ଷେତ୍ରର ବିକାଶ ସକାଶେ ଆମ ଅଂଚଳରେ ଛୋଟଛୋଟ ଆନିକଟ କରାଯିବାକଥା ତାହା କରାଯାଉନାହିଁ । ବଡ଼ବଡ଼ କର୍ପୋରେଟ ସଂସ୍ଥାକୁ ପୋଷିବା ତଥା ତାଙ୍କ ଜରିଆରେ ମୋଟା ଅଙ୍କର କାରବାର ପାଇଁ ଅବାସ୍ତବ ଯୋଜନା ମେଗା ଜଳ ସେଚନ ଜରିଆରେ ଜଳ ସେଚନ ଯୋଜନା କରିବା।ଯାହାକି ପରିବେଶ ପାଇଁ ଆଗାମିଦିନରେ ସମସ୍ୟା ଛିଡ଼ା କରିବ।
ରେଲ ଯୋଗାଯୋଗ କ୍ଷେତ୍ରରେ ପାତର ଅନ୍ତର ନୀତି ଯୋଗୁଁ ଆଜି ପର୍ଯ୍ୟନ୍ତ ଅନେକ ଜିଲ୍ଲାରେ ରେଳପଥ ନାହିଁ।
ପର୍ଯ୍ୟଟନ କଥାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଅଛି। ସୁତରାଂ ଆମକୁ ଆମର ମୌଳିକ ଅଧିକାର ଶିକ୍ଷା, ସ୍ୱାସ୍ଥ୍ୟକ୍ଷେତ୍ର ଠାରୁ ଆରମ୍ଭ କରି ଗମନାଗମନ ,ପର୍ଯ୍ୟଟନ, କୃଷି,ଜଳସେଚନ ସବୁ କ୍ଷେତ୍ରରେ ଆମ ପ୍ରତି ଅବିଚାର କରାଯାଉଅଛି।
ତାହାହେଲେ କଣ ଆମେ ଚୁପ୍ ରହିବୁ।ଆମର ଅଧିକାର ପାଇଁ ଆମେ କହିବୁ ନାହିଁ।
ଆହୁରି ମଧ୍ୟ ଆମ ଅଞ୍ଚଳର ସମସ୍ତେ ଜାଣିବା ଉଚିତ୍ ହେବ  ଯେତେବେଳେ ମଧ୍ୟ ଆମ ଅଞ୍ଚଳରେ କିଛି କରାଯାଇଅଛି ତାହାହେଲେ ସେଥିରେ ତାଙ୍କର ସମ୍ପୂର୍ଣ୍ଣ ସ୍ୱାର୍ଥ ଲୁଚି ରହିଥାଏ।ସେଥିପାଇଁ ସେହି କାର୍ଯ୍ୟ କରିଥାନ୍ତି।
ସେହିଭଳିଆ ଏକ ପ୍ରକଳ୍ପ ହେଉଅଛି ସମ୍ବଲପୁର ଗୋପାଳପୁର ରେଲପଥ ।
ଯାହାକି ପଶ୍ଚିମାଞ୍ଚଳ ସହ ଦକ୍ଷିଣାଞ୍ଚଳ ଯୋଡ଼ିବା କଥା କହୁଥିବା ବେଳେ ପ୍ରକୃତରେ ସେଇଆ ନୁହେଁ। ଯଦି ସେଇଆ ହୋଇଥାନ୍ତା ତାହାହେଲେ ଏହି ପ୍ରକଳ୍ପଟି ସମ୍ବଲପୁର ଗୋପାଳପୁର ତାହାହେଲେ ଏହା ସୁବର୍ଣ୍ଣପୁର ଜିଲ୍ଳା ଦେଇ ଯିବା କଥା।ଫଳରେ ସମ୍ବଲପୁର ଜିଲ୍ଲାର ଧମା ଅଞ୍ଚଳ ସହିତ ସୁବର୍ଣ୍ଣପୁର ଜିଲ୍ଲା ବୌଦ୍ଧ ଜିଲ୍ଲା ଓ କନ୍ଧମାଳ ଜିଲ୍ଲା ସମ୍ପୂର୍ଣ୍ଣ ଭାବରେ ଉପକୃତ ହୋଇପାରିଥାନ୍ତା ତାହା କରା ଗଲାନାହିଁ। ସମ୍ବଲପୁର ରେଢ଼ାଖୋଲ ଦେଇଯିବା ସକାଶେ ନିଷ୍ପତ୍ତି ନିଆଗଲା। ଯଦ୍ବାରା ପଶ୍ଚିମାଞ୍ଚଳର ବିକାଶ କିଭଳି ସମ୍ଭବ ହେବ ଏଥିରୁ ଆମେ ମାନେ ଅନୁମାନ କରିବା।
ଏହି ପ୍ରକଳ୍ପର ଭିତିର ଉଦ୍ଦେଶ୍ୟ ହେଉଛି ଆମ ଅଞ୍ଚଳର ଖଣିଜ ସମ୍ପଦ ଚୋରି କରିନେବା। ଆମ ଅଞ୍ଚଳର ବିକାଶ ପାଇଁ ନୁହେଁ ଏହି ପ୍ରକଳ୍ପ।ଯଦି ତାଙ୍କର ମନ୍ଦ ଉଦ୍ଦେଶ୍ୟ ନାହିଁ ତାହାହେଲେ ଏହି ପ୍ରକଳ୍ପ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯିବାପାଇଁ ସରକାର ତୁରନ୍ତ ନିଷ୍ପତ୍ତି ନେବା ଠିକ୍ ହେବ।
ଆମ ଅଞ୍ଚଳର ଭୌଗଳିକ ସ୍ଥିତିକୁ ଦେଖି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଯୋଜନା ସବୁ କାର୍ଯ୍ୟକାରୀ  କରାଗଲାନାହିଁ। ଆମର କୃଷିଶିଳ୍ପ, ପର୍ଯ୍ୟଟନ ଶିଳ୍ପକୁ ଯେତିକି ଗୁରୁତ୍ୱଦେବା କଥା ଆଜି ପର୍ଯ୍ୟନ୍ତ ତାହାକରାଗଲାନାହିଁ।  ଉକ୍ତ ଅଂଚଳରେ ଶିଳ୍ପାୟନ ସକାଶେ ସମସ୍ତ  ପ୍ରକାରରଭିତ୍ତିଭୂମି ରହିଥିବା  ସତ୍ତ୍ଵେ ସେହିଭଳିଆ  କୋଣସି  ଯୋଜନା ପ୍ରସ୍ତୁତ କରାଗଲାନାହିଁ।ଶିଳ୍ପ ଚିନ୍ତା ନରହିବା ଫଳରେ ଏଅଞ୍ଚଳର ଅଧିକାଂଶ ଜିଲ୍ଳା ଶିଳ୍ପବିହୀନ ଜିଲ୍ଳାହୋଇ ରହିଗଲା।ଯଦ୍ବାରା ଜିଲ୍ଳା ସବୁର ବିକାଶ ସମ୍ଭବ ହେଲାନାହିଁ। ଯୁବପିଢି କର୍ମ ନିଯୁକ୍ତିରୁ ବଞ୍ଚିତ ହେଲେ। 
ଯୋଗାଯୋଗ କ୍ଷେତ୍ରରେ ବହୁପଛରେ ଆଜିପର୍ଯ୍ୟନ୍ତ ଅନେକ ଜିଲ୍ଲା ରହିଯାଇଅଛି । ରେଳ ସଂଯୋଗୀ କରଣ ମଧ୍ୟ କରାଯାଇପାରିଲାନାହିଁ ଓ ଆକାଶ ମାର୍ଗ କଥା ସ୍ୱପ୍ନ ଅଟେ। ଫଳରେ ଉକ୍ତ ଅଂଚଳରେ ରହିଥିବା ପର୍ଯ୍ୟଟନ ଶିଳ୍ପ ଆଗେଇ ପାରିଲା ନାହିଁ।
ବୌଦ୍ଧ ଜିଲ୍ଲାରେ ରହିଥିବା ପୁରାତନ ବୌଦ୍ଧ କୀର୍ତ୍ତିରାଜି ସବୁ ଆଜି ଲୁକ୍କାୟିତ ଅବସ୍ଥାରେ ରହିଗଲା।ସୁବର୍ଣ୍ଣପୁର ଜିଲ୍ଲାରେ ଗୁଡ଼ାଏ ଐତିହାସିକ ପ୍ରାଚୀନ ସ୍ଥଳୀ ସବୁ ରହିଅଛି। ପାତାଳୀ ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ କରି  ସନ୍ଥକବିଭୀମଭୋଇଙ୍କ ଜନ୍ମ ସ୍ଥାନ ଓ ସମାଧି ସ୍ଥଳ ଆଜି ବିଶ୍ଵବିଦିତ ହୋଇ ମଧ୍ୟ ଅବହେଳାର ଶିକାର ହୋଇଥିବା ଦେଖିବାକୁ ହେଉଅଛି।
ଭାରତବର୍ଷର ଦ୍ୱିତୀୟ ତ୍ରିବେଣୀ ସଙ୍ଗମ୍ ରହିଥିବା ସ୍ଥଳେ ତାରି ବିକାଶ ଉପରେ ଗୁରୁତ୍ୱ ଦିଆଯାଉନାହିଁ। ମାତା ସୁରେଶ୍ୱରୀ ହେଉଛନ୍ତି ୬୪ ଯୋଗିନୀରୁ ଏକ ଅଟନ୍ତି।ଉକ୍ତ ପୀଠର ବିକାଶ ପାଇଁ ସରକାରଙ୍କ ପାଖେ ସମୟ ନଥିବା ଅନୁମେୟ ହୁଏ।
ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର,୬୪ ଯୋଗିନୀ ପୀଠ ରାଣୀପୁର ଝରିଆଲକୁ ସମ୍ପୂର୍ଣ୍ଣ ଭାବରେ ଅଣଦେଖା ରହିଲା।
ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ପୀଠର ଉନ୍ନତିକରଣ କରାଯାଉନାହିଁ।
କଳାହାଣ୍ଡିରେ  ରହିଅଛି ଅନେକ ଗୁଡ଼ିଏ ଜଳପ୍ରପାତ  ତାକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ ପ୍ରଚେଷ୍ଟା ନଥିବା ଦେଖିବାକୁ ମିଳେ।
ନୂଆଁପଡ଼ା,ଦେବଗଡ଼,ସୁନ୍ଦରଗଡ ଅଂଚଳର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ସବୁ ରହିଅଛି।
ଏପଟେ ବର୍ଷାଦିନ ଆସିଲେ ମହାନଦୀ କଥା ମନେ ପଡ଼େ ଓ ସେହିନଦୀରେ ବନ୍ଧ ବାନ୍ଧିବା ଯୁକ୍ତି ଥିବା କଥା କିଛି ଲୋକ ମତବ୍ୟକ୍ତ ରଖନ୍ତି କିନ୍ତୁ ଅନ୍ୟାନ୍ୟ ଶାଖା ନଦୀର କଥା ଭୁଲିଯାଇଥାନ୍ତି।ଏହା ଅତ୍ୟନ୍ତ ଦୁଃଖ  ଓ ପରିତାପର ବିଷୟ ନିଶ୍ଚୟ କହିବା।
ଆମ ଅଞ୍ଚଳରେ ଥିବା୧୦ଗୋଟି ଜିଲ୍ଲାରେ ପ୍ରଭାହିତ ନଦୀ ନାଳରେ ଯଦି ଛୋଟଛୋଟ ଆନିକଟ କରାଯାଇଥାନ୍ତା ତାହାହେଲେ ନିଶ୍ଚୟ ବନ୍ୟା ନିୟନ୍ତ୍ରଣ ତଥା ପର୍ଯ୍ୟଟନ ଶିଳ୍ପର ବିକାଶ, ମସ୍ୟସଂପଦର ବିକାଶ ତଥା  ଛୋଟଛୋଟ କୁଟୀର ଶିଳ୍ପ ହୋଇପାରିଥାନ୍ତା। ଯଦ୍ବାରା ଉକ୍ତ ଅଂଚଳର ଆର୍ଥିକ ଅଭିବୃଦ୍ଧିରେସହାୟକ ହୋଇ ରାଜ୍ୟର ଆର୍ଥିକଅଭିବୃଦ୍ଧିରେ  ଏକ ସିଂହଭାଗର ଯୋଗଦାନ ମଧ୍ୟ ନିଭାଇ ପାରିଥାନ୍ତା ବୋଲି ଅନୁମେୟ ହୁଏ। ହେଲେ ସେତିକି କରିବାର ସୁଯୋଗ ସୃଷ୍ଟି କରାଗଲାନାହିଁ। ସୁତରାଂ ଉକ୍ତସମସ୍ତ ବିଷୟକୁ ଦେଖିଲେ  ଅନୁମାନ କରାଯାଇ ପାରିବ  ଆମ ଅଂଚଳ ପ୍ରତି ସରକାରଙ୍କ ରହିଥିବା ଭାବନାକୁ।    
ଆମ ଅଞ୍ଚଳରେ ଥିବା ୧୦ ଗୋଟି ଜିଲ୍ଲାର ଭୌଗଳିକ ସ୍ଥିତି ଅନୁଯାୟୀ ଆଜି ପର୍ଯ୍ୟନ୍ତ  ସେହିଭଳିଆ କୋଣସି ଯୋଜନା ପ୍ରଣୟନ କରାଗଲାନାହିଁ,ଯାହାଫଳରେ ଉକ୍ତ ଅଞ୍ଚଳରେ ସବୁ ଥାଇ ଆମେ ପଛୁଆ ରହିଗଲା ଓ ନିକଟ ଭବିଷ୍ୟତରେ ଉକ୍ତ ଅଞ୍ଚଳର ବିକାଶପାଇଁ କିଛି କରାଯିବା ଭଳିଆ ଆଶା ଜଣାପଡୁ ନାହିଁ।ଏଅଂଚଳର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଦେଇ ତାକୁ ଏତେ ଗୁରୁତ୍ୱ ଦିଆଯାଏ ନାହିଁ, ଯାହାଫଳରେ ଏ ଅଞ୍ଚଳର ବିକାଶ ହୋଇନଥାଏ।କାରଣ ଆମ ଅଞ୍ଚଳର ଜନସାଧାରଣ ସାଧାସିଧା ଅଟନ୍ତି ଓ ବହୁତସରଳ ବିଶ୍ୱାସୀ ଯୋଉଥିପାଇଁ 
ଆମେ ବହୁ ପଛରେ ରହିଯାଇଅଛୁ ଓ ଏହା ଆମ ପାଇଁ ଆତ୍ମଘାତୀ ସଦୃଶ୍ୟ ହୋଇଥିବା କଥା ଜନସାଧାରଣ ଆସ୍ତେ ଆସ୍ତେ ବୁଝିବାକୁ ଲାଗିଲେଣି।ଫଳରେ ଏବେ ଜନସାଧାରଣଙ୍କ ଭିତରେ ପ୍ରତିଶୋଧର ଜ୍ବାଳା ଦେଖିବାକୁ ମିଳିଲାଣି। 
ପ୍ରକୃତରେ ଯଦି୧୩ଗୋଟି ଜିଲ୍ଲାରୁ ୩୦ଗୋଟି ଜିଲ୍ଲା ହୋଇନଥାନ୍ତା ତାହାହେଲେ ପଶ୍ଚିମାଞ୍ଚଳରେ ରହିଥିବା ଅନେକ ଅଞ୍ଚଳ ଆଜି ହଜିଯାଇଥାନ୍ତା।ଛୋଟ ଛୋଟ ଜିଲ୍ଲା ହେବା ଦ୍ୱାରା ଅନେକ ଅଞ୍ଚଳର ବିକାଶ ସମ୍ଭବ ହୋଇପାରିଛି।ଯଦ୍ବାରା ରାଜ୍ୟର ମଧ୍ୟ ବିକାଶରେ ଏକ ନୂତନ ଫର୍ଦ୍ଦ ଯୋଡ଼ିହେବାରେ ସହାୟକ ହୋଇପାରିଛି।ନଚେତ୍ ଆମ ରାଜ୍ୟ ଆହୁରି ପଛୁଆ ହୋଇ ରହିଥାନ୍ତା।ଅଧିକ ଜିଲ୍ଲା ହେବା ଫଳରେ କେନ୍ଦ୍ର ସରକାରଙ୍କ ଜିଲ୍ଲା ଅନୁଯାୟୀ ଅନୁଦାନ ରାଶିର ବୃଦ୍ଧି ଫଳରେ ରାଜ୍ୟ ବିକାଶ ଧାରାକୁ ଫେରି ପାଇଥିଲା ଓ ଛୋଟଛୋଟ ଜିଲ୍ଲା ଗଠନ ଫଳରେ ଉକ୍ତ ଅଞ୍ଚଳ ସବୁର ବିକାଶ  କିଛି କାଂଶରେ ସମ୍ଭବ ହୋଇଥିବା ମନେହୁଏ।
ଆଜି ପର୍ଯ୍ୟନ୍ତ ନଚେତ୍ ଉକ୍ତ ଅଞ୍ଚଳ ସବୁ ଅବହେଳିତ ଅବସ୍ଥାରେ ରହିଥାନ୍ତା।ତେଣୁ ରାଜ୍ୟରେ ଛୋଟଛୋଟ ଜିଲ୍ଲା ହେବାଫଳରେ ବିକାଶ ସମ୍ଭବ ହୋଇପାରିଛି। ଅତଏବ ଛୋଟ ଛୋଟ ରାଜ୍ୟ ଦାବୀ ଯୁକ୍ତିଯୁକ୍ତ ଅଟେ।ଅଲଗା ରାଜ୍ୟ ହବାଫଳରେ ଉକ୍ତ ଅଞ୍ଚଳର ବିକାଶ ସମ୍ଭବ ହୋଇପାରିବ ବୋଲି ଆଶା କରିବା। 
                         ସିତାଂଶୁ ଶେଖର ମିଶ୍ର
                             ସୋନପୁର
                        ୮୧୪୪୮୭୦୭୨୯

437
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter