20-Dec-2022
ଖାଇବାପିଇବା ଭଳି ଶୋଇବା ଶରୀର ପାଇଁ ନିହାତି ଆବଶ୍ୟକ । ଠିକ୍ ଭାବରେ ନଶୋଇଲେ ଶରୀର ଖରାପ ହୋଇଥାଏ । ନିଦର ଅଭାବ ହେଲେ ଅଳ୍ପ ବୟସରୁ ନାନା ପ୍ରକାର ରୋଗ ହୋଇଥାଏ । ସେଥିପାଇଁ ଡାକ୍ତରମାନେ ପୂରା ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଥାନ୍ତି । ଦିନସାରା କାମ କରି ଆମେ ଥକିପଡ଼ନ୍ତି । ଆଉ ଥକ୍କାରେ ଶୋଇବାବେଳେ ଭୁଲ କି ଠିକ ଶୈଳୀରେ ଶୋଇବା ଜଣାପଡିନଥାଏ । ବେଡ୍ ସଫା ଅଛି ନା ନାହିଁ ସେ ସବୁ ବି ଆମେ ଭୁଲିଯାଉ । ଯାହା ଆମ ଶରୀର ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ । ଆଉ ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ଯଦି ଆପଣଙ୍କର ଲଗାତାର ଥଣ୍ଡା କିମ୍ବା କାଶ ହେଉଛି ତେବେ ଜାଣି ରଖନ୍ତୁ କିଛିକାଂଶରେ ଏହାର କାରଣ ହେଉଛି ଶୋଇବା ସ୍ଥାନ ଓ ଶୋଇବାର ଶୈଳୀ ।
ଡାକ୍ତରଙ୍କ କହିବା ଅନୁସାରେ ସବୁବେଳେ ଶୋଇବା ବେଳେ ବାମ ପଟକୁ ମୁହଁ କରି ଶୁଅନ୍ତୁ । ନଚେତ୍ ଦେହ ଖରାପ ହେବ । ସବୁବେଳେ କପା ବା ତୁଳା ଗଦି, ତକିଆ ବ୍ୟବହାର କରନ୍ତୁ ।
ବେଡ କିମ୍ବା ତଳେ ଶୋଇବା ପାଇଁ ଆପଣ ଯେଉଁ ବେଡସିଟ ବା ତକିଆ ବ୍ୟବହାର କରନ୍ତି ତାହା ପ୍ରତି ଧ୍ୟାନ ଦିଅନ୍ତୁ । ଯେମିତି ସିନ୍ଥେଟିକ ମ୍ୟାଟେରିଆଲ ହୋଇନଥିବ ।
ବେଡସିଟ୍ରେ ଅନେକ ଧୂଳିକଣା ଥାଏ । ଯାହା ଦ୍ୱାରା ଆପଣଙ୍କ ତ୍ୱଚାରେ ଆଲର୍ଜି ହେବା ସହ ଶୋଇବା ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ବି ହୋଇପାରେ । ସେଥିପାଇଁ ବେଡସିଟ୍ ସଫା ସୁତୁରା ପ୍ରତି ଧ୍ୟାନ ଦେବେ ।
ବେଡସିଟ୍ ଧୋଇବା ପରେ ତାକୁ ଖରାରେ ଶୁଖାଇ ଭଲ ଭାବେ ଝାଡିକି ଆଣନ୍ତୁ । ଶୁଖାଇବା ସମୟରେ ଯାହା ବି ଧୂଳି ଲାଗିଥାଏ ତାହା ସବୁ ଝଡିଯାଏ ।
ଶୋଇବା ସମୟରେ ବ୍ୟବହାର କରୁଥିବା କମ୍ବଳକୁ ସଫା କରିବା ପାଇଁ ଭଲ ଲିକ୍ୟୁଡ୍ ବ୍ୟବହାର କରନ୍ତୁ ।
ସୂଚନା ଯୋଗ୍ୟ ଯେ ସ୍ୱାସ୍ଥ୍ୟ ସହ ନିଦ୍ରାର ଗଭୀର ସମ୍ପର୍କ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୋଇବାର କିଛି ନିୟମ ରହିଛି ଯେଉଁଗୁଡିକୁ ପାଳନ କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ପରିବାରରେ ମଧ୍ୟ ସୁଖ ଶାନ୍ତି ଆସିଥାଏ । ଆସନ୍ତୁ ଜାଣିବା ସେ ସମ୍ପର୍କରେ...
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିର୍ଜନ ବା ଅନ୍ଧାର ଘରେ ଏକଲା ଶୋଇବାକୁ ବାରଣ କରାଯାଇଛି । ମନ୍ଦିର ଓ ଶ୍ମଶାନରେ ମଧ୍ୟ ଶୋଇବା ଅନୁଚିତ ।
ଭଲ ସ୍ୱାସ୍ଥ୍ୟ ପାଇଁ ଭୋରରୁ ଉଠିବା ଜରୁରୀ ।
ଶୋଇବା ପୂର୍ବରୁ ଗୋଡ଼ ଧୋଇବା କିଛି ଲୋକଙ୍କ ଅଭ୍ୟାସ ରହିଛି । ଏହା ଭଲ, କିନ୍ତୁ ପାଦ ଧୋଇବା ପରେ ଶୋଇବା ଅଶୁଭ ହୋଇଥାଏ । ପାଦ ଧୋଇବା ପରେ ଭଲ ଭାବେ ପୋଛି ଶୋଇଲେ ମାଆ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ଭଙ୍ଗା ପଲଙ୍ଗ ଅଥବା ଖଟରେ ଶୁଅନ୍ତୁ ନାହିଁ । ଖାଇସାରିବା ପରେ ସଙ୍ଗେ ସଙ୍ଗେ ବିଛଣାକୁ ଯାଆନ୍ତୁ ନାହିଁ । ଅଇଣ୍ଠା ମୁହଁରେ ଶୁଅନ୍ତୁ ନାହିଁ । ସର୍ବଦା ପୂର୍ବ ଦିଗକୁ ମୁଣ୍ଡ କରି ଶୁଅନ୍ତୁ । ପଶ୍ଚିମ ଦିଗରେ ମୁଣ୍ଡ କରି ଶୋଇଲେ ମୃତ୍ୟୁ ଏବଂ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଧନ ଓ ଆୟୁ ପ୍ରାପ୍ତି ହୋଇଥାଏ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଶୋଉଥିବା ବ୍ୟକ୍ତି ରୋଗୀ ଓ ଦରିଦ୍ର ହୋଇଥାନ୍ତି ।
ବାମ କଡ଼କୁ ମୁହଁ କରି ଶୋଇବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ । ଦକ୍ଷିଣ ଦିଗକୁ ପାଦ କରି ଶୁଅନ୍ତୁ ନାହିଁ । ଏହା ପଛରେ ବୈଜ୍ଞାନିକ କାରଣ ରହିଛି । ଏହି ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କମ୍ ହୋଇଥାଏ ।