20-Dec-2022
ସୁସ୍ଥ ଶରୀର ପାଇବାକୁ ହେଲେ ହୃତ୍ପିଣ୍ଡକୁ ସୁସ୍ଥ ରଖିବା ଜରୁରୀ । ହୃଦୟ ସୁସ୍ଥ ରଖିବାକୁ ପ୍ରତିଦିନ ସନ୍ତୁଳିତ ଆହାର ସହ ବ୍ୟାୟାମ୍ ଏକାନ୍ତ ଆବଶ୍ୟକ । ଆଜିର ବ୍ୟସ୍ତବହୁଳ ଜୀବନରେ କାହା ପାଖରେ ସମୟ ନାହିଁ ଶରୀର ବିଷୟରେ ଧ୍ୟାନ ଦେବାକୁ ସମ୍ଭବତଃ ଏଥିପାଇଁ ହୃତ୍ପିଣ୍ଡ ସମ୍ବନ୍ଧୀତ ରୋଗ ବୃଦ୍ଧିପାଉଛି । ତେଣୁ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ । ଯଦି ଫିଟ୍ ରହି ହୃତ୍ପିଣ୍ଡକୁ ସୁସ୍ଥ ରଖିବାକୁ ଚାହାଁନ୍ତି ଧ୍ୟାନ ଦିଅନ୍ତୁ କେତୋଟି ବିଷୟରେ ।
୧)ଧୂମପାନ ବନ୍ଦ କରନ୍ତୁ : ଧୂମପାନ ବ୍ୟକ୍ତିର ହୃତ୍ପିଣ୍ଡରେ ଅନେକ ରୋଗ ସୃଷ୍ଟି କରିଥାଏ । ଏହାଦ୍ୱାରା ଆକସ୍ମିକ ହୃଦରୋଗ ହୋଇଥାଏ । ଫଳରେ ବ୍ୟକ୍ତି ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ଥାଏ । ଧୂମ୍ରପାନ ଅଭ୍ୟାସଗତ ବ୍ୟକ୍ତି ଏହାକୁ ଛାଡିବାର ୧୦ ବର୍ଷ ମଧ୍ୟରେ ହୃତ୍ପିଣ୍ଡରୋଗ ସମ୍ବନ୍ଧିତ ଭୟ ହ୍ରାସ ପାଇଥାଏ । ତେଣୁ ଏବେ ବି ସମୟ ଅଛି ଯେଉଁମାନେ ଏହାଦ୍ୱାରା ଅଭ୍ୟସ୍ତ ହୋଇଛନ୍ତି ଏଥିରୁ ମୁକ୍ତ ହୋଇ ଆରୋଗ୍ୟ ଆଡକୁ ପାଦ ପକାନ୍ତୁ ।
୨- ବ୍ୟାୟାମ୍ କରନ୍ତୁ: ହୃତପିଣ୍ଡର ମାଂସପେଶୀକୁ ସୁସ୍ଥ ରଖିବାକୁ ନିୟମିତ ବ୍ୟାୟାମ କରନ୍ତୁ । ଏହାଦ୍ୱାରା ହୃଦସ୍ପଦନ ପ୍ରକ୍ରିୟା ଠିକ୍ଭାବେ ହୋଇଥାଏ ଏବଂ ରକ୍ତରୁ ଅମ୍ଳଜାନ ସହଜରେ ପ୍ରାପ୍ତ ହୋଇଥାଏ । ଏହାଦ୍ୱାରା ଶରୀରର କାର୍ଯ୍ୟକ୍ଷମତା ବୃଦ୍ଧି ହୋଇଥାଏ ଏବଂ ଶକ୍ତି ମିଳିଥାଏ । ଯଦି କୌଣସି କାର୍ଯ୍ୟ କରିବାବେଳେ ଥକ୍କା ଲାଗୁଛି ତେବେ ଶରୀରକୁ ୧୫ ମିନିଟ୍ ପର୍ଯ୍ୟନ୍ତ ଆରାମ ଦିଅନ୍ତୁ ।
୩- କିଛି ସମୟ ଆରାମ କରନ୍ତୁ : ଅବସାଦଗ୍ରସ୍ତ ରହିବା ସୁସ୍ଥ ଜୀବନର ମାର୍ଗନୁହେଁ । ଚିନ୍ତାକରନ୍ତୁ ଯେପରି ଏକା ସାଙ୍ଗରେ ଅନେକ ଗୁଡିଏ କାମ ଆପଣ କରିପାରନ୍ତି ନାହିଁ । ସେହିପରି ସ୍ଥିତି ହୃତ୍ପିଣ୍ଡର ମଧ୍ୟ ହୋଇଥାଏ । ପ୍ରତିଦିନ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଅତ୍ୟଧିକ ଚିନ୍ତାଗ୍ରସ୍ତ ରହିଲେ ରକ୍ତଚାପ ବୃଦ୍ଧିପାଏ । ଯାହା ସିଧାସଳଖ ହୃତ୍ପିଣ୍ଡ ଉପରେ ପ୍ରଭାବ ପକାଏ । ତେଣୁ ନିଜକୁ ଚିନ୍ତା ଏବଂ ଅବସାଦରୁ ଦୂରେଇ ରଖି ଆରାମ କରନ୍ତୁ । ଏଥିସହ କିଛି ସମୟ ଭଲରେ ଶୋଇବାକୁ ଚେଷ୍ଟା କରନ୍ତୁ । ଏଥିପାଇଁ ଧ୍ୟାନ ହେଉଛି ସର୍ବୋତ୍ତମ ଉପାୟ ।
୪- କମ୍ ଫ୍ୟାଟଯୁକ୍ତ ଖାଦ୍ୟ ସେବନ : କମ୍ ଫ୍ୟାଟଯୁକ୍ତ ଖାଦ୍ୟ ହୃତ୍ପିଣ୍ଡ ସମ୍ବଦ୍ଧୀତ ଅନେକ ରୋଗରୁ ଆରୋଗ୍ୟ ଦିଏ । କାରଣ ଏହାଦ୍ୱାରା କୋଲେଷ୍ଟରଲ ସ୍ତର ବୃଦ୍ଧିପାଏ । ଏହି କୋଲେଷ୍ଟରଲ ବୃଦ୍ଧି ହୃଦୟ ଉପରେ କୁ- ପ୍ରଭାବ ପକାଇଥାଏ । ଯଦି ଆରମ୍ଭରୁ କମ୍ ଫ୍ୟାଟ୍ଯୁକ୍ତ ଖାଦ୍ୟର ସେବନ କରନ୍ତି । ତେବେ
ହୃତ୍ପିଣ୍ଡ ସମ୍ବନ୍ଧୀତ ଗମ୍ଭୀର ରୋଗର ସମ୍ମୁଖୀନ ହେବାକୁ ପଡିବ ନାହିଁ ।
୫- ଓଜନ ବୃଦ୍ଧିରେ ନିୟନ୍ତ୍ରଣ ରଖନ୍ତୁ : ଓଜନ ବୃଦ୍ଧି ହୃଦ୍ରୋଗର ପ୍ରଥମ କାରଣ ଯଦି ଆପଣଙ୍କ ଓଜନ ଅଧିକ ଅଛି । ତା’ହେଲେ ହୃତ୍ପିଣ୍ଡ ଉପରେ ଅତିରିକ୍ତ ପ୍ରଭାବ ପକାଇଥାଏ । ଫଳରେ ହୃଦ୍ସ୍ପନ୍ଦନ ଦୃତ ବେଗରେ ହୋଇଥାଏ । ଏହାର କାରଣ ହେଉଛି ଅସନ୍ତୁଳିତ ଖାଦ୍ୟ ଗ୍ରହଣ ଏବଂ ବ୍ୟାୟାମ୍ ନକରିବା ଏହାଦ୍ୱାରା କେବଳ ହୃଦ୍ରୋଗ ନୁହେଁ । ବଂର ଅନେକ ରୋଗ ଜନ୍ମ ହୋଇଥାଏ । ଏହାଠାରୁ ବର୍ତ୍ତିବାର ଉପାୟ ହେଉଛି ତାଜା ଫଳ, ସବୁଜ ପନିପରିବା, ସନ୍ତୁଳିତ ଭୋଜନର ସେବନ ଏବଂ ନିୟମିତ ବ୍ୟାୟାମ ।
୬- ଅଧିକ ମାଛ ଖାଆନ୍ତୁ : ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ସପ୍ତାହରେ ଥରେ କିମ୍ବା ଦୁଇଥର ମାଛ ଖାଇବା ନିତାନ୍ତ ଜରୁରୀ । ଟ୍ରାଉଟ୍, ସାଲମନ୍ କିମ୍ବା ଚୁନା ମାଛ ପରି ତୈଳାକ୍ତ ମାଛରେ ଓମେଗା-୩ ଏବଂ ଓମେଗା-୬ର ଜରୁରୀ ତତ୍ତ୍ୱ ଥାଏ । ଏହା ହୃଦୟ ରୋଗରୁ ଉପଶମ ଦିଏ ।