• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଅନୁଛେଦ

20-Aug-2021

ପ୍ରାକୃତିକ ସୈାନ୍ଦର୍ଯ୍ୟ ଭରା ଧବଳେଶ୍ଵର ଶୈବପୀଠ ଅବହେଳିତ କାହିଁକି ? ନିରଞ୍ଜନ ତ୍ରିପାଠୀ (ବରିଷ୍ଠ ସାମ୍ବାଦିକ)

ଓଡ଼ିଶା ରାଜ୍ୟର ଏକ ଉପାନ୍ତ ଅଞ୍ଚଳ ବରଗଡ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ଚର୍ଦାପାଲି ଗ୍ରାମପଞ୍ଚାୟତ ଛତିଶଗଡ ସୀମାରେ ବିଖ୍ୟାତ ଶୈବପୀଠ ଅବସ୍ଥିତ l ପାହାଡପର୍ବତ ଘେରା ଏହି ଶୈବପୀଠ ଛତିଶଗଡ ରାଜ୍ୟ ପଟୁ ବୋହି ଆସିଥିବା ସୂରଙ୍ଗୀନଦୀ କୂଳରେ ବାବା ଧବଳେଶ୍ଵର ଋପେ ବହୁ ଆବାହନ କାଳରୁ ପୂଜା ପାଇ ଆସୁଛନ୍ତି l ଓଡିଶା-ଛତିଶଗଡ ସୀମାରେ ଦଣ୍ଡାୟମାନ ଝାଞ୍ଜିପାହାଡ କୁ ଯେଉଁ ସ୍ଥାନରେ ନଦୀ ସୂରଙ୍ଗୀ ଲକ୍ଷ୍ୟଭେଦ କରି ଓଡ଼ିଶା ପଟକୁ ପ୍ରଭାହିତ ହୁଏ,ସେହି ପାହାଡ଼ ବକ୍ଷରେ ଏକ ପ୍ରକାଣ୍ଡ ଗଣ୍ଡ ସୃଷ୍ଟି ହୋଇଛି ଏହାହିଁ 'ଦେବଦର୍ହା ଗଣ୍ଡ ନାମରେ ପରିଚିତ lଏହା ଓଡ଼ିଶା ଛତିଶଗଡ ସୀମାରେ ରହିଥିବାରୁ ତଥା ଛତିଶଗଡ କୁ ବର୍ଷର ସବୁଦିନିଆ ଯାତାୟତ ର ସୁବିଧା ଥିବାହେତୁ ଛତିଶଗଡ ରାଜ୍ୟ ର ଶ୍ରଦ୍ଧାଳୁ ଭକ୍ତଙ୍କ ଯାତାୟତ ପ୍ରାୟ ସମୟ ରେ ଲାଗି ରହିଥାଏ lସୂରଙ୍ଗୀ ନଦୀକୂଳର ପାହାଡ଼ ଦେଶରେ ଏକ ଶିବ ମନ୍ଦିର ନିର୍ମାଣ ହୋଇଛି lଭାରତ ସ୍ୱାଧୀନତା ର ଅବ୍ୟବହିତ ପୂର୍ବରୁ ଏହି ମନ୍ଦିର କୁ ପଦ୍ମପୁର ରାଜା ଲାଲ ରାଜେନ୍ଦ୍ର ସିଂ ବରିହା   
   ୧୯୧୯ ମସିହାରେ ରେ ମନ୍ଦିର ନିର୍ମାଣ ଆରମ୍ଭ କରି ୧୯୩୨ମସିହାରେ ପୂର୍ଣ୍ଣାଙ୍ଗ ଋପଦେଇଥିବା କିମ୍ବଦନ୍ତୀ କହେ lତାଙ୍କର ବଂଶଜ ରାଜା ବୀର ବୀକ୍ରମାଦିତ୍ୟ ସିଂ ବରିହା ଯିଏକି ଏ ଅଞ୍ଚଳର ଅନେକ ଥର ବିଧାୟକ, ମନ୍ତ୍ରୀ ରହିଥିବାବେଳେ ବର୍ତ୍ତମାନ ର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହା ମଧ୍ୟ ଉକ୍ତ ବଂଶ ର ଉତ୍ତରାଧିକାରୀ ଅଟନ୍ତି l
     ଓଡ଼ିଶା ପଟୁ ଗଲେ ପଦ୍ମପୁର ଉପଖଣ୍ଡ ର ମୁଖ୍ୟ କାର୍ଯ୍ୟାଳୟ ଠାରୁ ୧୨ କିଲୋମିଟର ଦୂର ରେ ଲଖମରା ଗ୍ରାମ ପଡ଼େ lଲଖମରା ଠାରୁ ଅନତି ଦୂରରେ ଅଙ୍ଗନଦୀ ପ୍ରବାହିତ l ଅଙ୍ଗନଦୀ ପାର ହେଲାପରେ ଡାହାଣ ପଟକୁ ଲମ୍ବି ଯାଇଛି ଦେବଦର୍ହା ପର୍ଯ୍ୟନ୍ତ ରାସ୍ତା  ପ୍ରାୟ ବ୍ୟବଧାନ ୩କିଲୋମିଟର ତେଣୁ ପଦ୍ମପୁର ରୁ ପ୍ରାୟ ୧୫ କିଲୋମିଟର ଦୂର ରେ ଅବସ୍ଥିତ ଏହି ଦେବଦର୍ହା ଗଣ୍ଡ ଏବଂ ବାବା ଧବଳେଶ୍ଵର ଶୈବପୀଠ lଚାରିପଟେ ସବୁଜ ବନାନୀ ପାହାଡ଼ ପର୍ବତ ଘେରା ଆଢ଼ୁଆଳରେ ଏହି ଶୈବପୀଠ ର ପ୍ରାକୃତିକ ଦୃଶ୍ୟପଟ ଅତି ରମଣୀୟ lଜଙ୍ଗଲ ମଧ୍ୟରେ ଅବସ୍ଥିତ ହୋଇଥିଲେ ମଧ୍ୟ ସଂଧ୍ୟା ସମୟରେ ପର୍ଯ୍ୟଟକ ମାନେ ଏହାର ସୈାନ୍ଦର୍ଯ୍ୟମୟ ପ୍ରାକୃତିକ ପରିବେଶକୁ ଛାଡି ଫେରିବା ପାଇଁ କୁଣ୍ଠାବୋଧ କରିଥାନ୍ତି l
    ମନ୍ଦିର ଠାରୁ ନଦୀ ଭିତର କଡ଼ ଦେଇ କିଛିଦୂର ଅତିକ୍ରମ କଲାପରେ ଅଛି ଅକାତକାତ ପାଣିର ସ୍ତିରତା ର ଦେବଦର୍ହା ଗଣ୍ଡ lଆଜି ପର୍ଯ୍ୟନ୍ତ କେହି ଏହାର ଗଭୀରତା କେତେ ମାପି ପାରିନାହାନ୍ତି କିମ୍ବା ସରକାରଙ୍କ ଦ୍ୱାରା ମଧ୍ୟ ଏହାର ପ୍ରୟାସ କରାଯାଇନାହିଁ lଗଣ୍ଡରେ ଅଛନ୍ତି ବିଶାଳକାୟ ମାଛ lକିଛିବର୍ଷ ପୂର୍ବେ ଜଣେ ବୃଦ୍ଧା ମହିଳା ନାମ ତାଙ୍କର ମାତା ବୁଢ଼ୀ ଏଠାରେ ରହୁଥିଲେ ଏବଂ ମାଛ ମାନଙ୍କ ନାମଧରି ଡାକି କିଛି ଖାଦ୍ୟ ପକାଇଲେ ବଡ଼ବଡ଼ ମାଛ ସବୁ ଦେଖାଯାଉଥିଲେ lଉକ୍ତ ମାତାବୁଢୀ ଆଉ ନାହାନ୍ତି lଏହାର ଆଉ ଏକ ବିଶେଷତ୍ଵ ପୂର୍ଣ୍ଣ ତଥ୍ୟ ରହିଛି ଯେ,ପ୍ରଭୁ ରାମଚନ୍ଦ୍ର,ଭାଇ ଲକ୍ଷ୍ମଣ ଏବଂ ଦେବୀ ସୀତା ଙ୍କ ସହିତ ବନବାସ ପାଇଁ ଏହି ପଥଦେଇ ଗଲାବେଳେ ଏଠାରେ ରାତ୍ରି ଯାପନ କରିଥିଲେ lସକାଳେ ଦେବୀ ସୀତାଙ୍କ ପାଇଁ ଲକ୍ଷ୍ମଣ ଶରବିଦ୍ଧ କରି ପଥର ଉପରେ ଏକ କୁଣ୍ଡ ନିର୍ମାଣ କରିଥିଲେ lବର୍ତ୍ତମାନ ସୁଦ୍ଧା ତାହା ସୀତାକୁଣ୍ଡ ନାମରେ ବିଦିତ lରାତ୍ରୀଯାପନ କରିଥିବା ପାହାଡ଼ ର ନାମ ମଧ୍ୟ ସୀତା ପାହାଡ଼ ଥିବା ଅଞ୍ଚଳ ର ବୟୋବୃଦ୍ଧା ଙ୍କ ମୁଖରୁ ଶୁଣାଯାଇଥିବା ଆଲୋଚନା କରାଯାଏ lତାହା କାଳକ୍ରମେ ଅପଭ୍ରଂଶ ହୋଇ ବର୍ତ୍ତମାନ ଭତା ଡଙ୍ଗର୍ (ପାହାଡ଼) ନାମରେ ପରିଚିତ l
 ସୂରଙ୍ଗୀନଦୀ ଆରପଟେ ଝାଞ୍ଜୀ ପାହାଡ଼ lସ୍ୱାଧିନତା ପୂର୍ବରୁ ମନ୍ଦିର ନିର୍ମାଣ ଶେଷ ହେବାପରେ ପଦ୍ମପୁର ରାଜା ଉକ୍ତ ଝାଞ୍ଜୀ ପାହାଡ଼ ରେ ଏକ ବଙ୍ଗଳା ନିର୍ମାଣ ଆରମ୍ଭ କରିଥିଲେ ତାର ଭଗ୍ନାବଶେଷ ବର୍ତ୍ତମାନ ସୁଦ୍ଧା ରହିଛି l ଏହା ରାଜାଙ୍କ ଏକ ଗ୍ରୀଷ୍ମ ନିବାସ ଋପେ ରହିଥାନ୍ତା ଏବଂ ମନ୍ଦିର ପାଦଦେଶ ରୁ ଗ୍ରୀଷ୍ମ ନିବାସ ପର୍ଯ୍ୟନ୍ତ ଏକ ପୋଲ ନିର୍ମାଣ ର ଯୋଜନା ଥିବା ରାଜାଙ୍କ ଉତ୍ତରାଧିକାରୀ ଙ୍କ ଠାରୁ ଶୁଣିବାକୁ ମିଳେ lଏହି ମନ୍ଦିର ଟି ବର୍ତ୍ତମାନ ଅଞ୍ଚଳବାସୀ ଙ୍କ ପରିଚାଳନାଧିନ lବହୁ ଆଡମ୍ବର ନହେଲେ ମଧ୍ୟ ବର୍ଷ ର ପ୍ରତ୍ୟେକ ପର୍ବପର୍ବାଣୀ ରେ ଏଠାରେ ଶ୍ରଦ୍ଧାଳୁଙ୍କ ବିଶେଷ ସମାଗମ ହୁଏ lଶ୍ରାବଣ ପୂର୍ଣ୍ଣିମା ଏବଂ ଶିବରାତ୍ରି ଏହି ଦୁଇଦିନ ଶ୍ରଦ୍ଧାଳୁଙ୍କ ଭିଡ ଅସମ୍ଭାଳ ହୋଇପଡେ lଏହି ପରିଚାଳନା କମିଟି ରେ ରାଜାଙ୍କ ଉତ୍ତରାଧିକାରୀ ଶ୍ରୀମାନ ପ୍ରତାପ କେଶରୀ ସିଂ ବରିହା ଏବଂ ତାଙ୍କ ସାନଭାଇ ଶ୍ରୀମାନ ସୁରେନ୍ଦ୍ର ସିଂ ବରିହା ଆବଶ୍ୟକୀୟ ଯୋଗଦାନ ତଥା ସାହାଯ୍ୟ ଦେଇ ଆସୁଛନ୍ତି lଏହି ଧବଳେଶ୍ଵର ଶୈବପୀଠ ତଥା ଦେବଦର୍ହା ଗଣ୍ଡ  ଏଭଳି ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଥିବାରୁ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ର ଦୃଷ୍ଟି କୁ ଆସି ପାରିନାହିଁ lକାରଣ ଅଙ୍ଗନଦୀ ଯାତାୟତ ରେ ବାଧକ ସାଜେ lଓଡିଶା ରାଜ୍ୟ ପର୍ଯ୍ୟଟନ ବିଭାଗ କତୃପକ୍ଷ ଙ୍କ ସାମାନ୍ୟତମ ଦୃଷ୍ଟି କୁ ଆସିଲେ ଏହା ଓଡିଶାରାଜ୍ୟ ର ଗୈାରବ ଶାଳୀ ପର୍ଯ୍ୟଟନ କ୍ଷେତ୍ରରେ ପରିଗଣିତ ହୋଇ ପାରିବ ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ lସଂପୃକ୍ତ ବିଭାଗ, ବିଭାଗୀୟ ମନ୍ତ୍ରୀ ତଥା ବର୍ତ୍ତମାନ ର ବିଧାୟକ ଯେ'କି ରାଜବଂଶର ଜଣେ ସଦସ୍ୟ ଅଟନ୍ତି ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବୀ ହୁଏ l
ପଦ୍ମପୁର, ବରଗଡ
୯୯୩୭୨୪୫୦୦୬

284
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter