• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ସ୍ୱାସ୍ଥ୍ୟ

24-Feb-2023

ଉତ୍କଳ ଆଲୁମିନାର ରକ୍ତଦାନ ଶିବିରରେ ରେକର୍ଡ ୨୫୩ ୟୁନିଟ ରକ୍ତ ସଂଗୃହୀତ

ଟିକିରି(ପିଆର), ଏହି ଅଞ୍ଚଳର ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ନିରଳସ ଭାବରେ ଚାଲିଥିବା ପ୍ରୟାସର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗୃପ୍‍ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ, ଏହାର ନୂଆପଡା ଟାଉନସିପ୍‍ କ୍ଲବ ହାଉସଠାରେ ୨୦୨୩ ଫେବୃଆରୀ ୨୩ ତାରିଖରେ ରାୟଗଡା ଜିଲ୍ଲା ରକ୍ତ ଭଣ୍ଡାର ସହଯୋଗିତାରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲା ।

ଉତ୍କଳ ଆଲୁମିନାର କର୍ମଚାରୀବୃନ୍ଦ ଏବଂ ସେମାନଙ୍କର ପରିବାର ସଦସ୍ୟଗଣ, ଉଜ୍ଜ୍ୱଳ ଉତ୍କଳ (ମହିଳା କ୍ଲବ) ସଦସ୍ୟାବୃନ୍ଦ, ସୁରକ୍ଷା କର୍ମଚାରୀ, ନିରାପତ୍ତା ଓ ଅଗ୍ନିଶମ କର୍ମଚାରୀ, କାଶିପୁର ଡ୍ରାଇଭର ସଂଘ, ଟିକିରି ବଣିକ ସଂଘ, ସହଭାଗୀ ପ୍ରତିଷ୍ଠାନର କର୍ମଚାରୀଗଣ, କର୍ମଚାରୀ ୟୁନିୟନ, ଚୁକ୍ତିଭିତ୍ତିକ କର୍ମଚାରୀ, ଶ୍ରମିକ ଏବଂ ଡିପି (ସ୍ଥାନାନ୍ତରିତ ବ୍ୟକ୍ତି) କମିଟି ତଥା ଜନସାଧାରଣ ସାମାଜିକ କାରଣ ନିମନ୍ତେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ, ଯାହା ରାୟଗଡା ଜିଲ୍ଲାର ରକ୍ତ ଆବଶ୍ୟକତା ପୂରଣ କରିପାରିବ । ଏହି ଶିବିରରୁ ୨୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି ।

ଶ୍ରୀ ଧର୍ମାନନ୍ଦ ବେହେରା, ଏଡିଏମ, ରାୟଗଡା ରକ୍ତଦାନ ଶିବିର ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଶ୍ରୀ ମଜହର ବେଗ୍‍, ୟୁନିଟ ହେଡ୍‍ ଉତ୍କଳ ଆଲୁମିନା, ଡଃ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ହେଡ୍‍ ସିଏସଆର୍‍, ସିଆର୍‍ ଆଣ୍ଡ ସଷ୍ଟେନେବିଲିଟି, ଉତ୍କଳ ଆଲୁମିନା, ଡଃ.ଗୌତମ ପଟନାୟକ, ବ୍ଲଡ ବ୍ୟାଙ୍କ ଅଫିସର, ରାୟଗଡା, ଶ୍ରୀ ଗୋବିନ୍ଦ ନାଏକ, ପ୍ରେସିଡେଣ୍ଟ ଡିପି କମିଟି, ଶ୍ରୀ ଅଲାରାମ ବାତ୍ରା, ସେକ୍ରେଟାରୀ ଡିପି କମିଟି, ଶ୍ରୀ ଜୟଦାନ ନାଏକ, ପ୍ରେସିଡେଣ୍ଟ, କର୍ମଚାରୀ ୟୁନିୟନ, ଶ୍ରୀ ଜଗଜ୍ଜୀବନ ନାଏକ, ପ୍ରେସିଡେଣ୍ଟ, ଡ୍ରାଇଭର ସଂଘ କାଶିପୁର, ଶ୍ରୀ ମୁନ୍ନା ନାଏକ, ଟିକିରି ବଣିକ ସଂଘ ପ୍ରମୁଖ ଉଦ୍‍ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ।

ସମଗ୍ର ଦେଶରେ ରକ୍ତଦାନ ନିମନ୍ତେ ଆଗ୍ରହ ଓ ଉତ୍ସାହର ସହିତ ସଚେତନତା ସୃଷ୍ଟି କରୁଥିବା କିରଣ ବର୍ମା ଅନ୍ୟତମ ଅତିଥି ଭାବରେ ଉଦ୍‍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ସେ ରକ୍ତଦାତାମାନଙ୍କୁ ରକ୍ତ ଦାନ କରିବା ଏବଂ ଜୀବନ ବଞ୍ଚାଇବା ନିମନ୍ତେ ପ୍ରେରିତ ଏବଂ ଉତ୍ସାହିତ କରିଥିଲେ । ଶ୍ରୀ ବର୍ମା ଦିଲ୍ଲୀରୁ ପ୍ରାୟ ୧୧,୦୦୦ର କିଲୋମିଟରରୁ ଅଧିକ ରାସ୍ତା ଚାଲିଚାଲି ଟିକିରିରେ ପହଞ୍ଚିଥିଲେ ଏବଂ ସେ ୨୧,୦୦୦ କିଲୋମିଟର ପଥ ପାଦରେ ଚାଲିଚାଲି ଅତିକ୍ରମ କରିବା ନିମନ୍ତେ ରଖିଥିବା ଲକ୍ଷ୍ୟ ହାସଲ ନିମନ୍ତେ ତାଙ୍କର ଯାତ୍ରା ଜାରି ରଖିବେ । ତାଙ୍କର ଉପସ୍ଥିତି ରକ୍ତଦାତାମାନଙ୍କୁ ବାସ୍ତବରେ ପ୍ରେରିତ କରିଥିଲା ।

ଡଃ.ଲାଲମୋହନ ରାଉତରାୟ, ସିଡିଏମ୍‍ଓ, ରାୟଗଡା ଏବଂ ଶ୍ରୀ ଭୀମସେନ ସବର, ସବ୍‍-କଲେକ୍ଟର ରାୟଗଡା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇଥିଲେ । ଜୀବନ ବଞ୍ଚାଇବା ନିମନ୍ତେ ରକ୍ତଦାନ ଏକ ସରଳ ଅଥଚ ଶକ୍ତିଶାଳୀ ମାଧ୍ୟମ ଏବଂ ଆମର ରକ୍ତଦାନ ରକ୍ତ ଆବଶ୍ୟକ କରୁଥିବା ଜଣକ ପାଇଁ ଜୀବନରେ ପରିବର୍ତ୍ତନକାରୀ ପାର୍ଥକ୍ୟ ଆଣିପାରିବ ବୋଲି ଉଲ୍ଲେଖ କରିବା ସହିତ ସେମାନେ ଏହି ପ୍ରୟାସକୁ ସମର୍ଥନ ଜଣାଇଥିଲେ ଏବଂ ଉତ୍ସାହିତ କରିଥିଲେ ।

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ରାୟଗଡା ରକ୍ତଦାନ ଅଭିଯାନ ଆୟୋଜନ ନିମନ୍ତେ ଉତ୍କଳ ଆଲୁମିନାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଜୀବନ ବଞ୍ଚାଇବା ନିମନ୍ତେ ରକ୍ତଦାନର ଗୁରୁତ୍ୱକୁ ସେ ଦୋହରାଇବା ସହିତ ଭବିଷ୍ୟତରେ ଏହିଭଳି ବାରମ୍ବାର ଅଧିକ ଶିବିର ଆୟୋଜନ କରିବାକୁ ଟିମ୍‍କୁ ଉତ୍ସାହିତ କରିଥିଲେ ।

ରାୟଗଡା ସବ୍‍କଲେକ୍ଟର ଶ୍ରୀ ସବର ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ ଆୟୋଜନ କରିବାରେ ଉତ୍କଳ ଆଲୁମିନାର ନିରଳସ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଭବିଷ୍ୟତରେ ଏହି ଧରଣର ପ୍ରୟାସଗୁଡିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦିଆଯିବ ବୋଲି ସେ ମଧ୍ୟ ଆୟୋଜକମାନଙ୍କୁ ପୁନଃପ୍ରତିଶୃତି ଦେଇଥିଲେ ।

ନିଜର ଆୟୋଜନକାରୀ ଉଦ୍‍ବୋଧନରେ ଶ୍ରୀ ମଜହର ବେଗ୍‍, ୟୁନିଟ ହେଡ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା, ରକ୍ତଦାନ ମାନବ ସମାଜ ପ୍ରତି କିଭଳି ଏକ ଅମୂଲ୍ୟ ଅବଦାନ, ତାହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଜନସମୁଦାୟ ଏବଂ ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରତି ଉତ୍କଳ ଆଲୁମିନାର ପ୍ରତିବଦ୍ଧତା ସେ ପୁନଃପ୍ରକାଶ କରିଥିଲେ । ସେ କହିଥିଲେ, “ଜିଲ୍ଲା କର୍ତ୍ତୃପକ୍ଷଙ୍କ ସହିତ ଏଭଳି ସହଯୋଗିତାକୁ ନେଇ ଆମେ ଏକ ସୁସ୍ଥ ଏବଂ ଦାୟିତ୍ୱସମ୍ପନ୍ନ ସମାଜ ଗଠନ ଦିଗରେ ପ୍ରତିବଦ୍ଧ ରହିଛୁ ।”

ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍‍ ତାହାର ପାରିପାଶ୍ୱିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ତଥା ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ କ୍ଷେତ୍ରରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ନିଜର ସିଏସଆର କାର୍ଯ୍ୟକ୍ରମଗୁଡିକୁ କାର୍ଯ୍ୟକାରୀ କରୁଛି । ମୋଟ ଉପରେ ୟୁଏଆଇଏଲ୍‍ ୮୪ଟି ଗ୍ରାମରେ ନିୟୋଜିତ ରହିବା ସହିତ ଓଡ଼ିଶାରେ ୩୦,୦୦୦ରୁ ଅଧିକ ଜନସଂଖ୍ୟାକୁ ସେବା ଯୋଗାଉଛି ।

360
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter